୩୫ କୋଟିରେ ବିକ୍ରି ହୋଇଥିଲେ କଂଗ୍ରେସ ବିଧାୟକ : ଦିଗବିଜୟ

୩୫ କୋଟିରେ ବିକ୍ରି ହୋଇଥିଲେ କଂଗ୍ରେସ ବିଧାୟକ : ଦିଗବିଜୟ

୩୫ କୋଟିରେ ବିକ୍ରି ହୋଇଥିଲେ କଂଗ୍ରେସ ବିଧାୟକ : ଦିଗବିଜୟ
ନୂଆଦିଲ୍ଳୀ : ୩୫ କୋଟିରେ କଂଗ୍ରେସ ବିଧାୟକ ମାନେ ଦଳ ବଦଳ କରିଛନ୍ତି ବୋଲି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ କହିଛନ୍ତି । ୩୫ କୋଟି ଟଙ୍କା ନେଇ କଂଗ୍ରେସ ବିଧାୟକ ମାନେ ଦଳବଦଳ କରିଛନ୍ତି ବୋଲି ଦିଗବିଜୟ ମତ ଦେଇଛନ୍ତି । ପୂର୍ବତନ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନେତୃତ୍ୱରେ ଏହି ଦର ସ୍ଥିର ହୋଇଥିଲା । ଏହି ନେତା ମାନେ ଭୋଟରଙ୍କୁ ଧୋକା ଦେଇ ଅର୍ଥବଳ ହାସଲ କରିଛନ୍ତି । ଏହି ଅର୍ଥ ବିଦ୍ରୋହୀ ବିଧାୟକଙ୍କୁ ମିଳିଥିଲେ ମଧ୍ୟ ସାଧାରଣ ଭୋଟର ଏହା ପାଇବାର ହକଦାର । ତେଣୁ ଯେପର୍ଯ୍ୟନ୍ତ ସାଧାରଣ ଲୋକଙ୍କୁ ତାଙ୍କ ଅର୍ଥ ନ ମିଳିଛି ଏହି ନେତା ମାନଙ୍କୁ ଭୋଟ ନଦେବା ଉଚିତ ବୋଲି ଦିଗବିଜୟ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କଂଗ୍ରେସର ୧୯ ଜଣ ବିଧାୟକ ବିଜେପିରେ ଯୋଗ ଦେବା ପରେ କମଲନାଥ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିଲା ।