୩୦ ପରେ ଖାଆନ୍ତୁ ଏସବୁ ଖାଦ୍ୟ

୩୦ ପରେ ଖାଆନ୍ତୁ ଏସବୁ ଖାଦ୍ୟ

୩୦ ପରେ ଖାଆନ୍ତୁ ଏସବୁ ଖାଦ୍ୟ
ଯୁବତୀମାନେ ୩୦ ପରେ ପାଦ ଦେଲା ପରେ ସେମାନଙ୍କ ଶାରୀରିକ ସ୍ତରରେ ଅନେକ ପରିବର୍ତ୍ତନ ଆସିଥାଏ । ସବୁଠୁ ଅଧିକ ପରିବର୍ତ୍ତନ ସେମାନଙ୍କର ତ୍ୱଚାରେ ପରିଲକ୍ଷିତ ହୁଏ । ତ୍ୱଚାରେ ଭାଙ୍ଗ ପଡ଼ିବା ସହ ବୟସର ଛାପ ଦେଖାଯିବା, ତ୍ୱଚା ଅସ୍ୱାଭାବିକ ଭାବେ କଳା ଦେଖାଯିବା, ଦାଗ ହେବା ଇତ୍ୟାଦି ୩୦ ପରର ଲକ୍ଷଣ ଅଟେ । ସରଳ ଘରୋଇ ଉପଚାରରେ ଏସବୁକୁ ନିୟନ୍ତ୍ରିତ କରିହେବ । ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତରେ ୩୦ ରେ ପାଦ ଦେଲା ପରେ ଯୁବତୀମାନେ ପ୍ରତ୍ୟହ ଟମାଟୋ ଖାଇବା ଉଚିତ । ସିଝା ନଚେତ କୌଣସି ବ୍ୟଞ୍ଜନରେ ଏହାକୁ ବ୍ୟବହାର କରି ଖାଇହେବ । ଟମାଟୋରେ ଥିବା ଭିଟାମିନ ସି ତ୍ୱଚାର ଭାଙ୍ଗ ଦୂର କରେ । ଭାରତୀୟ ବଜାରରେ ବିଭିନ୍ନ ଋତୁ ଅନୁସାରେ ଉପଲବ୍ଧ ହେଉଥିବା କୋଳି ଖାଇବା ଯୁବତୀଙ୍କ ପାଇଁ ଉପକାରୀ । ସେ ସବୁଥିରେ ଥିବା ପୋଷକ ତତ୍ତ୍ୱ ତଥା ଆଣ୍ଟିଅକ୍ସିଡାଣ୍ଟ ତ୍ୱଚାର ଭଙ୍ଗା ଦୂର କରେ । ନିୟମିତ ଭାବରେ ଦହି ଦ୍ୱିପହର ଭୋଜନରେ ୩୦ ପାର ଯୁବତୀମାନେ ଖାଇବା ଉଚିତ । ଦହିରେ ମହଜୁଦ ବ୍ୟାକ୍ଟେରିଆ ତ୍ୱଚାକୁ ଉଜ୍ଜ୍ୱଳତା ପ୍ରଦାନ କରେ । ସପ୍ତାହକୁ ୨ ରୁ ୩ ଥର ମାଛ ଭଜା ଖାଇବା ଉତ୍ତମ । ଏଥିରେ ଥିବା ଭିଟାମିନ ଇ ତ୍ୱଚାରୁ ବୟସର ଛାପ ଦୂର କରିବାରେ ସହାୟକ ହୁଏ । ଶୁଦ୍ଧ ମହୁ ନିୟମିତ ସକାଳବେଳା ଖାଇବା ଯୁବତୀଙ୍କ ପାଇଁ ଭଲ । ନଚେତ ଉଷୁମ ପାଣିରେ ୧ ଚାମ ମିଶାଇ କିମ୍ବା ଚାରେ ଚିନି ବଦଳରେ ମହୁର ବ୍ୟବହାର କରି ପିଇବା ଯୁବତୀଙ୍କ ତ୍ୱଚା ପାଇଁ ଉତ୍ତମ ଖୋରାକ ଅଟେ ।