ସୁନସୁନିଆ ଶାଗ ଭଜା ଓ ବରା

ସୁନସୁନିଆ ଶାଗ ଭଜା ଓ ବରା

ସୁନସୁନିଆ ଶାଗ ଭଜା ଓ ବରା
ପ୍ରସ୍ତୁତି ପ୍ରଣାଳୀ: ଶାଗର ଡେମ୍ପରୁ ପତ୍ରଗୁଡିକୁ ଚିଣ୍ଡାଇ ବାଛି ଦିଅନ୍ତୁ । ତାଙ୍କୁ କାଟି ଧୋଇ ରଖନ୍ତୁ । କଡେଇ ଗରମ କରି ଶାଗ ଢାଳି ଅଳ୍ପ ଲୁଣ ଦେଇ ଢାଙ୍କି ଦିଅନ୍ତୁ । ଶାଗ ସିଝିଗଲା ପରେ ଏହାକୁ ଗୋଟେ ପାତ୍ରରେ କାଢି ରଖନ୍ତୁ । ଲଏବେ କଢେଇରେ ତେଲ ଗରମ କରି ଶୁଖିଲାଲଙ୍କା ଛିଣ୍ଡାଇ ଏବଂ ରସୁଣରୁ ଚୋପା ଛଡାଇ ଛେଚି ଏଥିରେ ପକାନ୍ତୁ । ରସୁଣ ସାମାନ୍ୟ ଭାଜି ହୋଇଆସିଲେ ଶାଗ ଢାଳି ସଂଗେସଂଗେ ଘୋଡାଇ ଦିଅନ୍ତୁ । ୨ ମିନିଟ ପରେ ଢାଙ୍କୁଣି ଖୋଲି ଏହାକୁ ଭାଜନ୍ତୁ । କିଛି ସମୟ ପରେ ଏହି ଶାଗଭଜାକୁ ଓହ୍ଳାଇ ଆଣନ୍ତୁ । ବରା ପାଇଁ ପ୍ରସ୍ତୁତି ସାମଗ୍ରୀ ୫୦୦ ଗ୍ରା ସୁନସୁନିଆ ଶାଗ ,୨୦୦ ଗ୍ରା ମେସନ, ୨ଟି ପିଆଜ ,୪ଟି କଂଚାଲଙ୍କା,ଛାଣିବା ପାଇଁ ରିଫାଇନ ତେଲ ଓ ସ୍ୱାଦ ଅନୁଯାୟୀ ଲୁଣ । ପ୍ରସ୍ତୁତି ପ୍ରଣାଳୀ: ଶାଗର ଡେମ୍ପରୁ ପତ୍ରଗୁଡିକୁ ଛିଣ୍ଡାଇ କାଟି , ଧୋଇ ରଖନ୍ତୁ ଯେମିତି ପାଣି ନିଗିଡି ଯିବ । ଅନ୍ୟ ଗୋଟେ ପାତ୍ରରେ ବେସନ ନେଇ ଲୁଣ ପାଣି ଗୋଳାଇ ବହଳିଆ ଆଣ କରନ୍ତୁ । ଏଥିରେ ଲଙ୍କା ଓ ପିଆଜ ଛେଚି ପକାନ୍ତୁ । ଏବେ ଏଥିରେ ଶାଗ ପକାଇ ଗୋଳାଇ ଦିଅନ୍ତୁ । କଡେଇରେ ତେଲ ଗରମ କରି ଏଗୁଡିକୁ ବରା ଆକାରରେ ଛାଣନ୍ତୁ ।