୩ ମାସ କୋହଳକୁ ଓଏଚଆରସିଙ୍କ ପ୍ରଶ୍ନ

୩ ମାସ କୋହଳକୁ ଓଏଚଆରସିଙ୍କ ପ୍ରଶ୍ନ

୩ ମାସ କୋହଳକୁ ଓଏଚଆରସିଙ୍କ ପ୍ରଶ୍ନ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ରାଫିକ ଡକୁ୍ୟମେଣ୍ଟ ୩ ମାସ କୋହଳ ପ୍ରସଙ୍ଗରେ ଏକ ନୂଆ ମୋଡ଼ ଆସିଛି । ଟ୍ରାଫିକ ଡକୁ୍ୟମେଣ୍ଟ ୩ ମାସ କୋହଳ ସମ୍ପର୍କିତ ରାଜ୍ୟ ସରକାରଙ୍କ ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଛନ୍ତି ମାନବାଧିକାର କମିଶନ । ଏହି ସମୟ ମଧ୍ୟରେ କିଛି ଦୁର୍ଘଟଣା ଘଟିଲେ ସେଥିପାଇଁ କିଏ ଦାୟୀ ହେବ ବୋଲି କମିଶନ ପ୍ରଶ୍ନ କରିଛନ୍ତି । ଖାଲି ସେତିକି ନୁହେଁ ଲାଇସେନ୍ସ ଓ ବୀମା ନଥିବା ବ୍ୟକ୍ତି ୩ ମାସ ଗାଡ଼ି ଚଳାଇପାରିବେ କି ବୋଲି ପ୍ରଶ୍ନ କରିଛନ୍ତି । ଏହାଛଡ଼ା ଏହି ୩ ମାସ ମଧ୍ୟରେ କିଛି ଦୁର୍ଘଟଣା ଘଟିଲେ କିଏ ଦାୟୀ । ଡକୁ୍ୟମେଣ୍ଟ ନଥିବା ଗାଡ଼ି ଦୁର୍ଘଟଣା ଘଟାଇଲେ କ୍ଷତିପୂରଣ କିଏ ଦେବ । ସ୍କୁଲ ପିଲାଙ୍କୁ ବହନ କରୁଥିବା ଗାଡ଼ିର ନିୟମିତ ଚେକିଂ ହେଉଛି କି ବୋଲି ମାନବାଧିକାର କମିଶନ ପ୍ରଶ୍ନ କରିଛନ୍ତି । ପ୍ରକାଶ ଯେ, ସେପ୍ଟେମ୍ବର ୧ରୁ ଦେଶବ୍ୟାପୀ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ । ନୂଆ ଆଇନ କାର୍ଯ୍ୟକାରୀ ହେବା ପରେ ଚାରିଆଡେ଼ ଚାଲିଥିଲା ଧରପଗଡ଼ । ଆଇନ ଭାଙ୍ଗିଲେ ଆଦାୟ ହେଉଥିଲା ୧୦ ଗୁଣ ଅଧିକ ଜୋରିମାନା । ଇଚ୍ଛା ନଥିଲେ ବି ଲୋକେ ତଣ୍ଡ ଗଣିବାକୁ ବାଧ୍ୟ ହେଉଥିଲେ । ତେବେ ଏହାରି ଭିତରେ ଏକ ବଡ଼ ଆଶ୍ୱସ୍ତି ମିଳିଥିଲା । ସଂଶୋଧିତ ମୋଟର ଭେଇକିଲ ଆଇନ ଓ ଜୋରିମାନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଏକ ବଡ଼ ଘୋଷଣା କରିଥିଲେ । ଆସନ୍ତା ୩ ମାସ ପର୍ଯ୍ୟନ୍ତ ନିୟମକୁ କଡ଼ାକଡ଼ି ପାଳନ ନକରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଦେ୍ର୍ଧଶ ଦେଇଥିଲେ । ଏଥିସହ ଲୋକଙ୍କ ପ୍ରତି କଠୋର ମନୋଭାବ ପୋଷଣ ନକରିବାକୁ ମଧ୍ୟ ନିଦେ୍ର୍ଧଶ ଦେଇଥିଲେ । ସେହିପରି କଠୋର ନହୋଇ ଜନସାଧାରଣଙ୍କୁ ବୁଝାଇବାକୁ ମଧ୍ୟ କହିଥିଲେ । ଲୋକମାନଙ୍କ ସୁବିଧା ପାଇଁ ଅଧିକରୁ ଅଧିକ କାଉଣ୍ଟର ଖୋଲିବା ପାଇଁ ମଧ୍ୟ ନିଦେ୍ର୍ଧଶ ଦେଇଥିଲେ । କାଉଣ୍ଟର ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ପରିବହନ ବିଭାଗକୁ ନିଦେ୍ର୍ଧଶ ଦେଇଥିଲେ । ଅନ୍ୟପକ୍ଷରେ ଟ୍ରାଫିକ ନିମୟକୁ ମାନିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଥିଲେ ।