୩ ଦିନିଆ ରିମାଣ୍ଡରେ ଅଭୟକାନ୍ତ ପାଠକ

୩ ଦିନିଆ ରିମାଣ୍ଡରେ ଅଭୟକାନ୍ତ ପାଠକ

୩ ଦିନିଆ ରିମାଣ୍ଡରେ ଅଭୟକାନ୍ତ ପାଠକ
ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା କୋଟିପତି ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ୩ ଦିନିଆ ରିମାଣ୍ଡରେ ଯିବେ । ରିମାଣ୍ଡ ନେଇ ଅନୁମତି ଦେଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ତେବେ ଅଭୟଙ୍କୁ ରିମାଣ୍ଡରେ ନେବାକୁ ଏସଆଇଟି ଅନୁମତି ମଗାଯାଇଥିଲା । ଆସନ୍ତାକାଲିଠାରୁ ସେ ୩ ଦିନିଆ ରିମାଣ୍ଡରେ ଯିବେ ବୋଲି ସୂଚନା ରହିଛି। ଅଭୟଙ୍କୁ ରିମାଣ୍ଡରେ ନେଇ ଏସ୍ଆଇଟି ଆୟ ବର୍ହିଭୂତ ସଂପତ୍ତି ନେଇ ଅଧିକ ପଚରାଉଚରା କରିବ । ଏପଟେ ଅଭୟ ପାଠକଙ୍କ ଘରୁ ସିସିଟିଭି ଫୁଟେଜ୍ ଜବତ ହୋଇଛି। କିଏ କିଏ ତାଙ୍କ ଘରକୁ ଯାଇଥିଲେ ସେ ନେଇ ଛାନ୍ଭିନ୍ ଆରମ୍ଭ ହୋଇଛି। ଅଭୟଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିବ ଏସଆଇଟି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ଠକେଇ ଅଭିଯୋଗରେ ଜେଲ୍ରେ ଥିବା ବାପ-ପୁଅ ଅଭୟକାନ୍ତ ପାଠକ ଓ ଆକାଶଙ୍କୁ ରିମାଣ୍ଡରେ ଆଣିବାକୁ କମିସନରେଟ୍ ପୁଲିସ ଯୋଜନା କରୁଛି । ସେହିପରି ପାଠକ କାର୍ଯ୍ୟ କରିଥିବା ବିଭିନ୍ନ ସ୍ଥାନରୁ ତଦନ୍ତ ଆରମ୍ଭ କରିଛି ଏସଆଇଟି । ଗତକାଲି ବ୍ରହ୍ମପୁରରୁ ତଦନ୍ତ ଆରମ୍ଭ କରାଯାଇଥିବା ବେଳେ ବଲାଙ୍ଗୀରରେ ମଧ୍ୟ ତଦନ୍ତ କରାଯିବ । ଉଲ୍ଲେଖଯୋଗ୍ୟ ଯେ, କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କାରଣରୁ ଭିଜିଲାନ୍ସ ବିଭାଗ ପକ୍ଷରୁ ପାଠକ ପିତା ପୁତ୍ର ଯୋଡିଙ୍କୁ ଗିରଫ କରାଯାଇଥିଲା ।