ସ୍କୁଲ ଫି’ ଉପରେ ରାଜ୍ୟ ସରକାରଙ୍କ କର୍ତ୍ତୃତ୍ୱ ନାହିଁ

ସ୍କୁଲ ଫି’ ଉପରେ ରାଜ୍ୟ ସରକାରଙ୍କ କର୍ତ୍ତୃତ୍ୱ ନାହିଁ

ସ୍କୁଲ ଫି’ ଉପରେ ରାଜ୍ୟ ସରକାରଙ୍କ କର୍ତ୍ତୃତ୍ୱ ନାହିଁ
ଭୁବନେଶ୍ୱର: ହାଇକୋର୍ଟରେ ସ୍କୁଲ ଫି’ ଛାଡ଼ ଆବେଦନ ମାମଲାରେ ଏକ ବଡ଼ ଖବର ସାମାନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ସବୁଠୁ ବଡ଼ କଥା ହେଲା ସ୍କୁଲ ଫି’ ଉପରେ ରାଜ୍ୟ ସରକାରଙ୍କ କୌଣସି କର୍ତ୍ତୃତ୍ୱ ନଥିବା ସରକାର ଉକ୍ତ ସତ୍ୟପାଠରେ ଦର୍ଶାଇଛନ୍ତି । ଅନ୍ୟପକ୍ଷରେ ହାଇକୋର୍ଟ ଆସନ୍ତା ସୋମବାର ଦିନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ।