୨୫୦ କୋଟିର ଅଫରକୁ ଭାଇଜାନଙ୍କ ନା’

୨୫୦ କୋଟିର ଅଫରକୁ ଭାଇଜାନଙ୍କ ନା’

୨୫୦ କୋଟିର ଅଫରକୁ ଭାଇଜାନଙ୍କ ନା’
ବଲିଉଡ଼ ଦବଙ୍ଗ ଖାନ ଫିଲ୍ମ ଦୁନିଆରେ ନିଜର ଦବଦବା ବଜାୟ ରଖିଥିବା ବେଳେ ଏଥର ସେ ଏକ ଲୋଭନୀୟ ଅଫରକୁ ହାତଛଡ଼ା କରି ଚର୍ଚ୍ଚାକୁ ଆସିଛନ୍ତି । ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ’କୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରାଇବା ପାଇଁ ସଲମାନଙ୍କୁ ୨୫୦ କୋଟି ଟଙ୍କାର ଅଫର ଆସିଥିଲା । ମାତ୍ର ସେ ତାକୁ ଶୁଣିବା ମାତ୍ରେ ପ୍ରତ୍ୟାଖ୍ୟାନ କରିଥିଲେ । ଫିଲ୍ମ ‘ରାଧେ’ କୁ ବଡ଼ ପରଦାରେ ରିଲିଜ କରାଇବେ ବୋଲି ସେ କହିଛନ୍ତି । ରାଧେର ନିଦେ୍ର୍ଧଶକ ପ୍ରଭୁ ଦେବା ମଧ୍ୟ ଏହାକୁ ଡିଜିଟାଲ ପରିବର୍ତ୍ତେ ହଲରେ ମୁକ୍ତିଲାଭ କରାଇବେ ବୋଲି ସ୍ପଷ୍ଟ କରିଛନ୍ତି । ରାଧେ ଆଗାମୀ ଇଦରେ ରିଲିଜ ହେବାର ସମ୍ଭାବନା ରହିଛି ।