୨୫ ରୁ ହୋଇପାରେ ବର୍ଷା!
୨୫ ରୁ ହୋଇପାରେ ବର୍ଷା!
ଭୁବନେଶ୍ୱର: ଆସନ୍ତା ୨୫ ତାରିଖରୁ ରାଜ୍ୟର ଚାଷୀମାନେ ଆଶ୍ବସ୍ତି ଲାଭ କରିପାରନ୍ତି। ପାଣିପାଗ ବିଭାଗ ପକ୍ଷରୁ ବର୍ଷା ସମ୍ଭାବନା ରହିଥିବା ସୂଚନା ଦିଆଯାଇଛି। ଅଭାବୀ ବର୍ଷା ଯୋଗୁଁ ଚିନ୍ତିତ ଥିବା ଚାଷୀଙ୍କ ଚିନ୍ତା ଦୂର ହେବ। ଶେଷ ପର୍ୟ୍ୟାୟରେ ପହଞ୍ଚିଥିବା ରୁଆ, ବେଉଷଣକୁ ଏହା ସୁହାଇବ ବୋଲି ଆଶା କରାଯାଉଛି । ସେପଟେ ବଙ୍ଗୋପସାଗରର ଉପରେ ସୃଷ୍ଟି ଲଘୁଚାପ କ୍ଷେତ୍ର ବଳୟ ପ୍ରଭାବରେ ଉପକୂଳ ଓଡ଼ିଶା, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ମଧ୍ୟରେ ଭୀଷଣ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞଙ୍କ ସମେତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ.ସୁରେନ୍ଦ୍ର ନାଥ ପଶୁପାଳକ କରିଛନ୍ତି ରାଜ୍ୟରେ ୨୫ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ। ୨୫, ୨୬, ୨୮, ୨୯ ଓ ୩୦ ତାରିଖରେ ପଶ୍ଚିମ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ଭାରି ବର୍ଷା ହେବ । ୨୯, ୩୦ ଓ ୩୧ ତାରିଖରେ ଭୁବନେଶ୍ୱର ସମେତ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବ । ଦିନକୁ ୭୦ ରୁ ୮୦ ମିଲିମିଟର ବର୍ଷା ହେବ । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ବଳୟ ଓ ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ବର୍ଷା ହେବ ।




admin 