୨୪ ଘଣ୍ଟାରେ ୬୯ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ : ଆରୋଗ୍ୟ ହାର ୭୩ ପ୍ରତିଶତ

୨୪ ଘଣ୍ଟାରେ ୬୯ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ : ଆରୋଗ୍ୟ ହାର ୭୩ ପ୍ରତିଶତ

୨୪ ଘଣ୍ଟାରେ ୬୯ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ : ଆରୋଗ୍ୟ ହାର ୭୩ ପ୍ରତିଶତ
ନୂଆଦିଲ୍ଲୀ : ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ ୬୯ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ ଦେଶବ୍ୟାପୀ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ଲକ୍ଷ ପାର କରିଛି । ସେହିପରି ୯୭୭ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା ୫୩୮୬୬ରେ ପହଞ୍ଚିଛି । ଗୁରୁବାର ଦେଶରେ ସର୍ବାଧିକ ସଂଖ୍ୟାରେ ୬୯ ହଜାର ୬୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ଲକ୍ଷ ୩୬ ହଜାର ୯୨୬ରେ ପହଞ୍ଚିଛି । ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ ୨୦.୯୬ ଲକ୍ଷ ଲୋକ ସୁସ୍ଥ ହୋଇଥିବା ବେଳେ ଆରୋଗ୍ୟ ହାର ୭୩.୯୦ ପ୍ରତିଶତ ରହିଛି । ଉଲ୍ଲେଖଯୋଗ୍ୟ ଯେ, ମହାରାଷ୍ଟ୍ରର ଦେଶର ସର୍ବାଧିକ ପ୍ରଭାବିତ ରାଜ୍ୟ ରହିଥିବା ବେଳେ ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି ।