୨୦୨୪ରେ ଶାସନକୁ ଫେରିବୁ: ଚେଲ୍ଲା କୁମାର

୨୦୨୪ରେ ଶାସନକୁ ଫେରିବୁ: ଚେଲ୍ଲା କୁମାର

୨୦୨୪ରେ ଶାସନକୁ ଫେରିବୁ: ଚେଲ୍ଲା କୁମାର
ଭୁବନେଶ୍ୱର: ଏବର ସ୍ଥିତି ଯାହା ଥାଉ, ଆମେ ୨୦୨୪ରେ ଶାସନକୁ ଫେରିବୁ । କଂଗ୍ରେସ ଭବନରେ ଓଡ଼ିଶା ଗସ୍ତରେ ଆସିଥିବା ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ଏ.ଚେଲ୍ଲା କୁମାର ଏହା କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ, ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ହେବ । ଦଳରେ ଦକ୍ଷ ନେତା ଅଛନ୍ତି । ଭୋଟରଙ୍କ ପାଖରେ କାହିଁକି ଆମେ ପହଞ୍ଚି ପାରୁନୁ ତାହାର ତର୍ଜମା କରାଯିବ । କଂଗ୍ରେସର ଭଲ କାମକୁ ଲୋକଙ୍କୁ କୁହାଯିବ । ରଣନୀତି ସ୍ଥିର ହେବ । ଦଳ ଭିତରେ ଭିନ୍ନମତ ଅଛି । କିନ୍ତୁ ଆମେ ଗୋଟିଏ ପରିବାର ବୋଲି ଏ.ଚେଲ୍ଲା କୁମାର କହିଛନ୍ତି ।