୨ ବର୍ଷର ଝିଅକୁ କଚାଡ଼ି ମାରିଲା ମଦ୍ୟପ ବାପା

୨ ବର୍ଷର ଝିଅକୁ କଚାଡ଼ି ମାରିଲା ମଦ୍ୟପ ବାପା

୨ ବର୍ଷର ଝିଅକୁ କଚାଡ଼ି ମାରିଲା ମଦ୍ୟପ ବାପା

ଦେବଗଡ଼ : ମଦ୍ୟପ ବାପାର ଉନ୍ମତ୍ତ କାଣ୍ଡ। ଦୁଇ ବର୍ଷର ଝିଅକୁ କଚାଡ଼ି ମାରିଲା ପିଶାଚ ବାପା। ଦେବଗଡ଼ ଜିଲ୍ଲାର ନବଗଠିତ ଲଇମୁରା ଥାନା ଅନ୍ତର୍ଗତ ଲମ୍ବଡୁରା ଗ୍ରାମରେ ଏଭଳି ଘଟଣା ଘଟିଛି। ଅଭିଯୁକ୍ତ ବାପା ବିଜୁ କିଶାନକୁ ଅଟକ ରଖିଛି ପୋଲିସ।

ସୂଚନା ଅନୁଯାୟୀ, ଲଇମୁରା ଥାନା ଅନ୍ତର୍ଗତ ଲମ୍ବଡୁରା ଗ୍ରାମର ବିଜୁ କିଶାନ ମକର ସଂକ୍ରାନ୍ତି ଦିନ ମଦ ପିଇ ଗଣ୍ଡଗୋଳ କରିବାରୁ ତାଙ୍କ ସ୍ତ୍ରୀ ଘର ଛାଡି ବାପା ଘରକୁ ପଳାଇ ଯାଇଥିଲେ। ସେ ନିଜର ଦୁଇ ବର୍ଷର ଶିଶୁ କନ୍ୟାକୁ ସେଠାରେ ଛାଡି ଦେଇ ଚାଲି ଯାଇଥିଲେ। ସୋମବାର ସକାଳୁ ବିଜୁ ମଦ ପିଇ ଆସି କୌଣସି କାରଣରୁ ଛୋଟ ଶିଶୁ କନ୍ୟାକୁ କଚାଡ଼ି ଦେଇଥିଲା। ପାଟି ଶୁଣି ପାଖ ପଡୋଶୀ ସଙ୍ଗେ ସଙ୍ଗେ ଦୌଡ଼ି ଆସି ଶିଶୁକୁ ନିକଟସ୍ଥ ଲଇମୁରା ଡାକ୍ତରଖାନାକୁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଲଇମୁରା ପୋଲିସ ଅଭିଯୁକ୍ତ ବାପା ବିଜୁ କିଶାନକୁ ଅଟକ ରଖି ପଚରାଉଚୁରା କରୁଛି।