୨ ଘଣ୍ଟାରୁ କମ୍ ଅବଧିର ବିମାନ ଯାତ୍ରାରେ ଯାତ୍ରୀମାନଙ୍କୁ ମିଲ ମନା

୨ ଘଣ୍ଟାରୁ କମ୍ ଅବଧିର ବିମାନ ଯାତ୍ରାରେ ଯାତ୍ରୀମାନଙ୍କୁ ମିଲ ମନା

୨ ଘଣ୍ଟାରୁ କମ୍ ଅବଧିର ବିମାନ ଯାତ୍ରାରେ ଯାତ୍ରୀମାନଙ୍କୁ ମିଲ ମନା
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ହୁ ହୁ ମାଡୁଥିବାରୁ ସରକାର ବିମାନ ଯାତ୍ରା ବାବଦରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ୨ ଘଣ୍ଟାରୁ କମ୍ ଅବଧିର ବିମାନ ଯାତ୍ରାରେ ଯାତ୍ରୀମାନଙ୍କୁ ମିଲ୍ ପ୍ରଦାନ କରାଯିବ ନାହିଁ ବୋଲି ସରକାର କହିଛନ୍ତି । ଏ ନେଇ ସୋମବାର କମ୍ପାନୀଗୁଡ଼ିକ ଲାଗି ଏକ ନିଦେ୍ର୍ଧଶନାମା ଜାରି କରିଯାଇଛି । ନିଦେ୍ର୍ଧଶାନାମାରେ କୁହାଯାଇଛି ଯେ ଘରୋଇ କ୍ଷେତ୍ରରେ ବିମାନ ସେବା ଯୋଗାଉଥିବା ଏୟାରଲାଇନ୍ସ ୨ ଘଣ୍ଟା କିମ୍ବା ତା’ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ବିମାନ ସେବା କ୍ଷେତ୍ରରେ ମିଲ୍ ସେବା ଦେଇପାରିବେ । ଚା/କଫି/ମୃଦୁ ପାନୀୟ ଆଦି ଡିସପୋଜେବଲ କଣ୍ଟେନର ଏବଂ ଗ୍ଲାସରେ ଦିଆଯିବ ଆବଶ୍ୟକ । ଏହି ସମୟରେ କି୍ରଉ ସଦସ୍ୟମାନେ ପ୍ରତ୍ୟେକ ମିଲ ଅଥବା ପାନୀୟ ସେବା ନିମନ୍ତେ ଏକ ସାନି ଗ୍ଳୋଭ ସେଟ୍ ବ୍ୟବହାର କରିବେ ।