୧୯୩୮୦ କୋଟି ଟଙ୍କାର ଅତିରିକ୍ତ ଚିଠା ବଜେଟକୁ ମଞ୍ଜୁରୀ
୧୯୩୮୦ କୋଟି ଟଙ୍କାର ଅତିରିକ୍ତ ଚିଠା ବଜେଟକୁ ମଞ୍ଜୁରୀ

ଭୁବନେଶ୍ୱର : ଆସନ୍ତା ପହିଲାରେ ରାଜ୍ୟ ସରକାର ପ୍ରଥମ ଅତିରିକ୍ତ ବଜେଟ ଆଗତ କରିବେ । ଚଳିତ ଆର୍ଥିକ ବର୍ଷ ପାଇଁ ପାଖାପାଖି ୧୯୩୮୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଆଗତ କରାଯିବ ବୋଲି ଜଣାପଡ଼ିଛି। ମନ୍ତ୍ରୀ ପରିଷଦ ଓ ରାଜ୍ୟ କ୍ୟାବିନେଟ ବୈଠକରେ ଏ ସଂକ୍ରାନ୍ତୀୟ ଅତିରିକ୍ତ ଚିଠା ବଜେଟକୁ ଅନୁମୋଦନ ମିଳିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉଭୟ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି । କ୍ୟାବିନେଟ ବୈଠକରେ ୨୪ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଓଡ଼ିଶା ଇଲେକ୍ଟ୍ରୋନିକ୍ସ ନୀତିକୁ କ୍ୟାବିନେଟର ମଂଜୁରୀ ମିଳିଛି । ଏକ୍ଷେତ୍ରରେ ଅନେକ ରିହାତିର ବ୍ୟବସ୍ଥା ରହିଛି । ଚାଷ ଜମିକୁ ଶିଳ୍ପ ଉପଯୋଗୀ କରିବାକୁ ମଧ୍ୟ ସହାୟତା ପ୍ରଦାନ କରାଯିବ । ସେହିପରି ବ୍ୟାବସାୟିକ କାରବାର ଓ ଅନ୍ୟାନ୍ୟ ଉପôାଦନ କ୍ଷେତ୍ରରେ ମଧ୍ୟ ସହାୟତା ମିଳିବ । ଯେଉଁ କମ୍ପାନୀମାନେ ଠିକ ସମୟରେ ଋଣ ପରିଶୋଧ କରୁଥିବେ ସେହି କମ୍ପାନୀକୁ ଋଣରେ ରିହାତି ମିଳିବ ।