୧୮ ବର୍ଷ ପରେ ହେବ ଏଏସଆଇ ପରୀକ୍ଷା

୧୮ ବର୍ଷ ପରେ ହେବ ଏଏସଆଇ ପରୀକ୍ଷା

୧୮ ବର୍ଷ ପରେ ହେବ ଏଏସଆଇ ପରୀକ୍ଷା
ଭୁବନେଶ୍ୱର: ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ । ଦୀର୍ଘ ୧୮ ବର୍ଷରୁ ଅଧିକ ହେବ ବନ୍ଦ ରହିଥିବା ଆସିଷ୍ଟାଣ୍ଟ ସବ ଇନ୍ସିପେକ୍ଟର (ଏଏସଆଇ) ପଦବି ଲାଗି ଏଥର ପରୀକ୍ଷା ହେବ । ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥର ୧୦୦ ନୁହେଁ, ୨ ଶହ ମାର୍କ ପରୀକ୍ଷା ହେବ । ପରୀକ୍ଷାରେ ୪୦ ପ୍ରତିଶତ ମାର୍କ ରଖି ପାସ କଲେ ପ୍ରାର୍ଥୀ ପ୍ରଶିକ୍ଷଣ ନେଇ ଏଏସଆଇ ଭାବେ କାର୍ଯ୍ୟ କରିବେ । ମିଳିଥିବା ସୂଚନା ମୁତାବକ ୨୦୦୨ରେ ଶେଷ ଥର ପାଇଁ ଏଏସଆଇ ପରୀକ୍ଷା ହୋଇଥିଲା । ତା’ଛଡ଼ା ୨୦୧୧ରେ କେବଳ ଏସ/ଏସଟି ବର୍ଗର କନଷ୍ଟେବଳମାନଙ୍କ ପାଇଁ ୧୦୦ ମାର୍କ ପରୀକ୍ଷା ହୋଇଥିଲା । ଏଥିରେ ୩୦ ପ୍ରତିଶତ ରଖି ପାସ କରିଥିବା କନଷ୍ଟେବଳ ଓ ହାବିଲଦାର ମାନେ ପ୍ରଶିକ୍ଷଣ ନେବା ପରେ ଏଏସଆଇ ହୋଇଥିଲେ । ନିୟମ ଅନୁସାରେ ଯେଉଁ କନଷ୍ଟେବଳମାନେ ୭ ବର୍ଷରୁ ଅଧିକ ଦିନ କାର୍ଯ୍ୟ କରିବେ, ସେମାନେ ପରୀକ୍ଷାରେ ପାସ କଲା ପରେ ଏଏସଆଇ ହେବେ । ଦୀର୍ଘ ୧୮ ବର୍ଷ ପରୀକ୍ଷା ବନ୍ଦ ହେବା ଫଳରେ ଶତାଧିକ କନଷ୍ଟେବଳ ଓ ହାବିଲଦାର ପଦୋନ୍ନତିରୁ ବଞ୍ଚିତ ହୋଇଥିଲେ ।