୧୮ ଦାଦନ ଦଲାଲ ଅଟକ

୧୮ ଦାଦନ ଦଲାଲ ଅଟକ

୧୮ ଦାଦନ ଦଲାଲ ଅଟକ
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଓ ତୁରେଇକେଲାରେ ପୋଲିସ ରାତି ଅଧିଆ ଚଢ଼ାଉ କରିଛି । ଦାଦନ ଶ୍ରମିକ ଚାଲାଣ କରିବା ଅଭିଯୋଗରେ ୧୮ ଦଲାଲଙ୍କୁ ଅଟକ ରଖାଯାଇଛି । କଣ୍ଟାବାଞ୍ଜି ପୋଲିସ ୮ ଜଣଙ୍କୁ ଅଟକ ରଖାଯାଇଥିବାବେଳେ ତୁରେଇକେଲା ପୋଲିସ ୧୦ ଜଣଙ୍କୁ ଅଟକ ରଖିଛି । ଦାଦନ ଶ୍ରମିକ କେଉଁଠୁ ନିଅନ୍ତି, କେଉଁଠାକୁ ଚାଲାଣ କରାଯାଏ ଏବଂ ଆଉ କେଉଁମାନେ ଏଥିରେ ସଂପୃକ୍ତ ଅଛନ୍ତି, ଏଭଳି ବିଭିନ୍ନ ଦିଗକୁ ନେଇ ଦାଦନ ଦଲାଲମାନଙ୍କୁ ପୋଲିସ ପଚରାଉଚରା କରୁଛି । ବିଭିନ୍ନ ସମୟରେ ବଲାଙ୍ଗୀରରେ ଶହ ଶହ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ସେମାନଙ୍କୁ ବିନା ପାରଶ୍ରମିକରେ କାମରେ ନିୟୋଜିତ କରାଯାଉଛି । ଏହା ସହିତ ବେଳେ ଶ୍ରମିକମାନେ ମଧ୍ୟ ମୃତ୍ୟୁବରଣ କରୁଛନ୍ତି । ସେମାନଙ୍କୁ ଅଟକାଇବାକୁ ବଲାଙ୍ଗୀର ପୋଲିସ ଦାଦନ ଦଲାଲଙ୍କୁ ଧରିଛି ।