୧୬ରେ ଶପଥ ନେବେ ଭଗୱନ୍ତ ମାନ

୧୬ରେ ଶପଥ ନେବେ ଭଗୱନ୍ତ ମାନ

୧୬ରେ ଶପଥ ନେବେ ଭଗୱନ୍ତ ମାନ

ଅମୃତସର: ପଞ୍ଜାବରେ ଏବେ ରସକାର ଗଠନ କରିବା ଲାଗି ପ୍ରସ୍ତୁତ ହେଉଛି ଆମ୍‌ ଆଦ୍‌ମୀ ପାର୍ଟି। ଆଜି ରାଜଭବନ ଯାଇ ଦାବି ଜଣାଇଛନ୍ତି ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନ।  ଆସନ୍ତା ୧୬ ତାରିଖରେ ଆପ୍ର ବିଧାୟକ ଦଳ ନେତା ଭଗୱନ୍ତ ମାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ୧୬ ତାରିଖ ଦିନ ୧୨ଟା ୩୦ରେଏହି ଶପଥ ସମାରୋହ ଅନୁଷ୍ଠିତ ହେବ। ବିଧିବଦ୍ଧ ଭାବେ ପଞ୍ଜାବରେ ଆପ୍ର ସରକାର ଆରମ୍ଭ ହେବ। ସହିଦ ଭଗତ ସିଂହଙ୍କ ପୈତୃକ ଗାଁରେ ଏହି ଶପଥଗ୍ରହଣ ଉତ୍ସବ କରାଯିବ ବୋଲି ପାର୍ଟି ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆସନ୍ତା କାଲି ଏକ ବିରାଟ ରାଲି ଅମୃତସରରେ ଆୟୋଜିତ ହେବ ବୋଲି ଜଣାପଡ଼ିଛି।  ଇୟଗ୍ଦ ଭଚ୍ଚ

ଅନ୍ୟପକ୍ଷରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ଗୋଟିଏ ଦିନ ପରେ ନିଜର ଆଭିମୁଖ୍ୟକୁ କଡ଼ା କରିଛନ୍ତି ମାନ। ସେ ନବ ନିର୍ବାଚିତ ବିଧାୟକମାନଙ୍କ ସହ ବୈଠକ କରି ସମସ୍ତଙ୍କୁ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ସମୟ ଅତିବାହ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜଧାନୀ ଚଣ୍ଡିଗଡ଼ ଅପେକ୍ଷା ଆପ୍ ବିଧାୟକମାନେ ନିର୍ବାଚନ ମଣ୍ଡଳୀର ଲୋକଙ୍କ ସହ ଅଧିକ ସମୟ ରହିବା ଦରକାର। ସେହିପରି କେହି ବି କ୍ୟାବିନେଟ ପଦ ପାଇଁ କୌଣସି ପ୍ରକାରର ବିକଳ ହେବା ଦରକାର ନାହିଁ ବୋଲି ମଧ୍ୟ ସେ ଦଳୀୟ ବିଧାୟମାନଙ୍କୁ କଡ଼ା ଭାଷାରେ ଚେତାଇ ଦେଇଛନ୍ତି।

ଆପ୍ ପଞ୍ଜାବରେ ମାନଙ୍କୁ ମିଶାଇ ମୋଟ ୯୨ ଆସନରେ ଜିତିଛି। ଶୁକ୍ରବାର ସମସ୍ତ ୯୨ ଜଣ ବିଧାୟକଙ୍କ ବୈଠକ ବସିଥିଲା। ଏହି ବୈଠକରେ ସର୍ବସମ୍ମତିକ୍ରମେ ମାନ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ବିଧାୟକ ଦଳ ନେତା ହୋଇଥିବାରୁ ମାନ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ଗୁରୁବାର ରେଜଲ୍ଟ ପ୍ରକାଶ ପାଇବା ପରେ ମାନ ଦିଲ୍ଲୀ ଯାଇ ଆପର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିଲେ। ଏହି ସମୟରେ ସେ ତାଙ୍କର ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ଏଥିସହ ତାଙ୍କୁ ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶପଥ ପାଠ କାର୍ୟ୍ୟକ୍ରମରେ ଯୋଗଦେବାକୁ ମଧ୍ୟ ଶ୍ରୀ ମାନ ନିମନ୍ତ୍ରଣ କରିଛନ୍ତି।