୧୫ ଶହ ବସ୍ତା ଧାନ ଜଳିଗଲା

୧୫ ଶହ ବସ୍ତା ଧାନ ଜଳିଗଲା

୧୫ ଶହ ବସ୍ତା ଧାନ ଜଳିଗଲା
ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥିବା ଏକ ଧାନ ଗୋଦାମରେ ନିଆଁ ଲାଗି ଥିବା ଜଣାପଡିଛି । ଜଣେ ଧାନ ବ୍ୟବସାୟୀଙ୍କର ୧୫ଶହ ବସ୍ତା ଧାନ ଜଳିଯାଇଥିବା ସୂଚନା ମିଳିଛି । ବ୍ୟବସାୟୀଙ୍କ ଶାସ୍ତ୍ରୀଘାଟ ସ୍ଥିତ ଗୋଦାମ ଘରେ ନିଆଁଲାଗି ଜଳିଗଲା । ଗୋଦାମରେ ନିଆଁ ଲାଗିବାର କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଚାନ୍ଦିବାଲି ଅଗ୍ନିଶମ ବାହାନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ସୂଚନା ଅନୁଯାୟୀ , ଗୋଦାମରେ ୧୫ ଶହରୁ ଅଧିକ ବସ୍ତା ଧାନ ଥିଲା । ରାତି ପ୍ରାୟ ୧୧ଟା ପରେ ନିଆଁ ଲାଗିଥିଲା। ହେଲେ ଖବର ଦିଆଯିବାର ପ୍ରାୟ ଦେଢ ଘଣ୍ଟା ପରେ ଚାନ୍ଦବାଲି ଓ ରାଜକନିକା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେତେବେଳକୁ ନିଆଁ ଅଣାୟତ୍ତ ହୋଇଯାଇଥିବା ବେଳେ ସେମାନେ ନିଆଁକୁ ଆୟତ୍ତ କରିଥିଲେ। ତେବେ ଗୋଦାମରେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।