୧୩ ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୧୮୧କୁ ବୃଦ୍ଧି
୧୩ ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୧୮୧କୁ ବୃଦ୍ଧି
admin
Oct 21, 2020 - 06:30
Updated: Oct 21, 2020 - 06:30
ଭୁବନେଶ୍ବର : ରାଜ୍ୟରେ ଆଉ ୧୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ ୪ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ପୁରୀ ଜିଲ୍ଲାରୁ ୩ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ବରରୁ ୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବାଲେଶ୍ବର, ଅନୁଗୁଳ, ନୂଆପଡା,ବଲାଙ୍ଗିର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ ମୃତକଙ୍କ ସଂଖ୍ୟା ୧୧୮୧କୁ ବୃଦ୍ଧି ହୋଇଛି ।
ମୟୂରଭଞ୍ଜରୁ ୬୫ ବର୍ଷୀୟ ମହିଳା, ୭୫ ବର୍ଷୀୟ ମହିଳା, ୪୫ ବର୍ଷୀୟ ପୁରୁଷ ଓ ୬୦ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ପୁରୀ ଜିଲ୍ଲାରୁ ୪୮ ବର୍ଷୀୟ ପୁରୁଷ, ଜଣେ ୬୬ ବର୍ଷୀୟ ମହିଳା ଓ ଅନ୍ୟ ଜଣେ ୬୮ ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବରରୁ ଜଣେ ୪୪ ବର୍ଷୀୟ ପୁରୁଷ ଓ ୪୭ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ବାଲେଶ୍ବରରୁ ୫୩ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଅନୁଗୁଳରୁ ୫୨ ବର୍ଷୀୟ ପୁରୁଷ, ନୂଆପଡାରୁ ୫୨ ବର୍ଷୀୟ ପୁରୁଷ ଓ ବଲାଙ୍ଗିରରୁ ୨୩ ବର୍ଷୀୟା ମହିଳାଙ୍କର ମୃତ୍ୟୁ ଘଟିଛି ।