ଭୁବନେଶ୍ୱରରେ ଆଉ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ।
ଭୁବନେଶ୍ୱରରେ ଆଉ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ।
admin
Jun 22, 2020 - 09:45
Updated: Jun 22, 2020 - 09:45
ଭୁବନେଶ୍ୱରରେ ଆଉ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ୧୧ ଜଣ ହୋମ କ୍ୱାରେଣ୍ଟାଇନରେ ଥିଲେ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ସେମାନଙ୍କ ମଧ୍ୟରୁ ମଞ୍ଚେଶ୍ୱରରୁ ୭ ଜଣ, ବାଣୀବିହାରରୁ ଜଣେ ଓ ୩ ରେଲୱେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ଆଜି ଆଉ ୧୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩କୁ ବୃଦ୍ଧି ପାଇଛି। ଚିହ୍ନଟ ୧୪୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୭ କ୍ୱାରେନଟାଇନ କେନ୍ଦ୍ରର ହୋଇଥିବା ବେଳେ ୬ ସ୍ଥାନୀୟ ଅଂଚଳର। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ ସର୍ବାଧିକ ୩୨ ଜଣ, କଟକରୁ ୨୦, ଖୋର୍ଦ୍ଧାରୁ ୧୬, ନୟାଗଡ଼ ଓ ବାଲେଶ୍ୱରରୁ ୧୩ ଲେଖାଏଁ, ସୁନ୍ଦରଗଡ଼ରୁ ୧୨, କେନ୍ଦ୍ରାପଡ଼ାରୁ ୧୦, କଳାହାଣ୍ଡିରୁ ୬, ସମ୍ବଲପୁରରୁ ୫, ଭଦ୍ରକ ୪, ଢେଙ୍କାନାଳରୁ ୩ , କେନ୍ଦୁଝର ୨ , ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀରରୁ ଜଣେ ଲେଖାଏଁ , ଜଗତସିଂହପୁର, ଅନୁଗୁଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ଏନଡ଼ିଆରଏଫର ୨ ଜଣ ଯବାନ ରହିଛନ୍ତି। ପଶ୍ଚିମବଙ୍ଗରୁ ଅମ୍ଫନ ଡ଼୍ୟୁଟି ସାରି ଦୁଇ ଯବାନ ଫେରିବା ପରେ ଆକ୍ରାନ୍ତ ହୋଇଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୫୩୦୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩୭୨୦ ସୁସ୍ଥ , ୧୫୬୨ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।