୧୦୦ ହାଇସ୍କୁଲ୍ ହେବ ଅପଗ୍ରେଡ୍
୧୦୦ ହାଇସ୍କୁଲ୍ ହେବ ଅପଗ୍ରେଡ୍
ଭୁବନେଶ୍ଵର : ସ୍କୁଲ୍ ଗୁଡ଼ିକରୁ ଡ୍ରପ୍ ଆଉଟ୍ ରୋକିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ। ଆସନ୍ତା ଶିକ୍ଷା ବର୍ଷରୁ ଅପଗ୍ରେଡ୍ ହେବ ୧୦୦ଟି ହାଇସ୍କୁଲ୍। ଯେଉଁ ସବୁ ବ୍ଲକରେ ପ୍ଲସ ଟୁ କଲେଜ୍ ନାହିଁ ସେଠାରେ ହାଇସ୍କୁଲ ଗୁଡ଼ିକୁ ଅପଗ୍ରେଡ କରାଯିବ।
ମାଟ୍ରିକ ପାସ ପରେ ପାଖରେ ଯୁକ୍ତ ଦୁଇ କଲେଜ୍ ନଥିବାରୁ ପିଲାଏ ପାଠ ଛାଡିଛନ୍ତି। ସେହିପରି ଝିଅ ପିଲାଙ୍କ ପାଇଁ ବିଶେଷ ସୁବିଧା ହେବ।
ଏଥିଲାଗି ବିଭାଗ ପକ୍ଷରୁ ଯୋଜନା କରାଯାଉଛି। ଏନେଇ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।




admin 