୧୦୦ ଥର ଉଠ୍ବସ୍, ଛାତ୍ରୀ ବେହୋସ
୧୦୦ ଥର ଉଠ୍ବସ୍, ଛାତ୍ରୀ ବେହୋସ
ପାଟଣାଗଡ଼: ଶିକ୍ଷକଙ୍କ ନିର୍ଦ୍ଦେଶ ମାନି ୧୦୦ ଥର ଉଠ୍ବସ୍ ହେବା ବେଳେ ଅଚେତ ହୋଇଗଲେ ୭ ଜଣ ଛାତ୍ର। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ସୁନାମୁଦି ସ୍ଥିତ ବାପୁଜୀ ହାଇସ୍କୁଲରେ। ଅସୁସ୍ଥ ଛାତ୍ରୀମାନେ ନବମ ଶ୍ରେଣୀରେ ପଢ଼ନ୍ତି।
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ଚାଲିଛି। କିଛି ଛାତ୍ରୀ ଆଜି ସକାଳେ ପ୍ରାର୍ଥନା ସମୟରେ ବିଳମ୍ବରେ ସ୍କୁଲରେ ପହଞ୍ଚିଥିଲେ। ଏନେଇ ଭୂଗୋଳ ଶିକ୍ଷକ ବିକାଶ ଧରୁଆ ଛାତ୍ରୀମାନଙ୍କୁ କାହିଁକି ବିଳମ୍ବରେ ସ୍କୁଲରେ ପହଞ୍ଚିଲ ବୋଲି ପଚାରିଥିଲେ। ଏହାସହ ୧୦୦ ଥର ଉଠ୍ବସ୍ ହେବା ପାଇଁ କହିଥିଲେ। ଛାତ୍ରୀମାନେ ଉଠ୍ବସ୍ ହେବା ବେଳେ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। ଏହା ପରେ ସେମାନଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ପିଲାମାନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କୁହାଯାଇଛି, ପିଲାମାନେ ଡାକ୍ତରଖାନା ଆସିଲାବେଳେ ଧଇଁସଇଁ ହେଉଥିଲେ। ପ୍ରାଥମିକ ଚିକିତ୍ସା ପରେ ସେମାନେ ସୁସ୍ଥ ଅଛନ୍ତି।
ପାଟଣାଗଡ଼ ବିଇଓ କହିଛନ୍ତି, ମୁଁ ସ୍କୁଲ ଯାଇ ଘଟଣାର ତଦନ୍ତ କରିବି। ଯଦି ଶିକ୍ଷକଙ୍କର ଭୁଲ ଥିବା ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ।




admin 