ୟେସ୍ ବ୍ୟାଙ୍କର ସଙ୍କଟ ଦୂର କରିବ ଏସବିଆଇ ।

ୟେସ୍ ବ୍ୟାଙ୍କର ସଙ୍କଟ ଦୂର କରିବ ଏସବିଆଇ ।

ୟେସ୍ ବ୍ୟାଙ୍କର ସଙ୍କଟ ଦୂର କରିବ ଏସବିଆଇ ।
ଭୁବନେଶ୍ବର: ୟେସ ବ୍ୟାଙ୍କର ୪୯% ଅଂଶଧନ କିଣିବ ଭାରତର ସବୁଠାରୁ ବଡ଼ ଓ ବିଶ୍ୱସନୀୟ ବ୍ୟାଙ୍କ ଏସବିଆଇ । ଏନେଇ ଉଭୟ ଏସବିଆଇ ଓ ୟେସ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି । ୟେସ ବ୍ୟାଙ୍କର ଅଂଶଧନ କିଣିବା ପାଇଁ ଏସବିଆଇ ଇଚ୍ଛୁକ ଥିବା ଆରବିଆଇ ପକ୍ଷରୁ ଘୋଷଣା କରଯାଇଥିଲା। ୟେସ ବ୍ୟାଙ୍କରେ ୨୪୫୦ କୋଟି ଟଙ୍କା ନିବେଶ କରି ଏସବିଆଇ ୪୯% ଅଂଶଧନ କିଣିବ । ଏସବିଆଇର ଏଭଳି ଘୋଷଣା ଏବେ ୟେସ ବ୍ୟାଙ୍କ ଗ୍ରାହକଙ୍କୁ ଆଶ୍ୱସ୍ତ କରିଛି। ୟେସ ବ୍ୟାଙ୍କର ପରିଚାଳନା ପାଇଁ ଏକ ନୂତନ ବୋଡର଼୍ ଗଠନ କରାଯିବ । ସେହିପରି ଆରବିଆଇ ମଧ୍ୟ ଅତିରିକ୍ତ ନିର୍ଦ୍ଦେଶକ ନିଯୁକ୍ତ କରିବେ । ବର୍ଷକ ପାଇଁ ପୁନର୍ଗଠିତ ୟେସ ବ୍ୟାଙ୍କର କର୍ମଚାରୀମାନେ ସମାନ ଦରମା ପାଇବେ ।