ୟୁନିଟ୍‌-୨ ମାର୍କେଟ୍‌ ବିଲ୍‌ଡିଂ ବନ୍ଦ

ୟୁନିଟ୍‌-୨ ମାର୍କେଟ୍‌ ବିଲ୍‌ଡିଂ ବନ୍ଦ

ୟୁନିଟ୍‌-୨ ମାର୍କେଟ୍‌ ବିଲ୍‌ଡିଂ ବନ୍ଦ

ଭୁବନେଶ୍ୱର: ହୁହୁ ହୋଇ ବଢ଼ୁଛି କରୋନା ସଂକ୍ରମଣ। ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂ ଠାରେ ପ୍ରବଳ ଭିଡ଼ ସୃଷ୍ଟି ହୋଇଛି ଏହାକୁ ଦୃଷ୍ଟିରେ ରଖି ମାର୍କେଟ ବିଲ୍ଡିଂ ବ୍ୟବସାୟୀ ସଂଘ ଉଠାଦୋକାନୀକୁ ଉଠାଇବା ପାଇଁ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କିଛି ଫଳ ମିଳୁନାହିଁ । ମଙ୍ଗଳବାର ଦିନ ଜଣେ ଉଠା ଦୋକାନୀ ଜଣେ ବ୍ୟବସାୟୀଙ୍କ ଗାଡ଼ି ଭାଙ୍ଗିବା ସହିତ ଗାଳିଗୁଲଜ କରିବାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ପ୍ରତିବାଦରେ ସ୍ଥାନୀୟ ବ୍ୟବସାୟୀ ମାନେ ଆନେ୍ଦାଳନକୁ ଓହ୍ଲାଇଥିଲେ । ଏଥିସହ ଅନିର୍ଦ୍ଧିଷ୍ଟ କାଳ ପର୍ୟ୍ୟନ୍ତ ମାର୍କେଟ ବିଲ୍ଡିଂକୁ ବ୍ୟବସାୟୀ ସଂଘ ବନ୍ଦ ଘୋଷଣା କରିଥିଲା । 


ଘଟଣାସ୍ଥଳରେ ବିଏମସି ଅଧିକାରୀ ଓ କ୍ୟାପିଟାଲ ଥାନା ଅଧିକାରୀ ପହଞ୍ଚି ବ୍ୟବସାୟୀଙ୍କୁ ବୁଝାସୁଝା କରିଥିଲେ ଓ ବ୍ୟବସାୟୀ ମାନେ ନିଜ ସମସ୍ୟା ସଂପର୍କରେ ଜଣାଇଥିଲେ । ସନ୍ତୋଷଜନକ ପ୍ରତିଶ୍ରୁତି ମିଳିଲା ପରେ ଆନେ୍ଦାଳନରୁ ଓହରିଥିଲେ ମଧ୍ୟ ଉଠାଦୋକାନୀଙ୍କ ପାଇଁ ଭଡ଼ାନେଇ ବସିଥିବା ବ୍ୟବସାୟୀଙ୍କର ଘାଟା ହୋଇଥିଛି । ରାସ୍ତା ଉପରେ ବସିଥିବା ଏହି ଉଠାଦୋକାନୀଙ୍କ ପାଇଁ ରାସ୍ତାରେ ଯାଆ ଆସ କରିବା ପାଇଁ ବହୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡ଼ୁଛି। ସେମାନଙ୍କୁ ହଟାଇବାକୁ ସାଧାରଣ ଜନତା ଓ ଗ୍ରାହକ ଦାବି କରିଛନ୍ତି।