ହୋଟେଲରେ ଖାଇଲେ ଅଧା ବିଲ ପ୍ରଦାନ କରିବେ ସରକାର!

ହୋଟେଲରେ ଖାଇଲେ ଅଧା ବିଲ ପ୍ରଦାନ କରିବେ ସରକାର!

ହୋଟେଲରେ ଖାଇଲେ ଅଧା ବିଲ ପ୍ରଦାନ କରିବେ ସରକାର!
ଲଣ୍ଡନ : ଏଣିକି ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇବା ପରେ କେବଳ ଅଧାବିଲ୍ ଦେବାକୁ ପଡିବ । ଆଉ ଅଧା ବିଲ୍ ସରକାର ଦେବେ। ଆଜ୍ଞ ହଁ, ଏପରି ଏକ ନିୟମ ବ୍ରିଟେନ୍ରେ କାର୍ୟ୍ୟକାରୀ କରାଯାଇଛି । ଆପଣମାନେ ହୋଟେଲ୍, ରେଷ୍ଟୁରାଣ୍ଟ କି କାଫେର ଯାହା ଖାଇବେ, ତା’ର ଅଧା ବିଲ୍ ଆପଣ ଦେବେ ଆଉ ବାକି ଅଧା ବିଲ୍ ସରକାର ବହନ କରିବେ । ଅର୍ଥନୀତିର ଅଧୋଗତି ପାଇଁ ସରକାର ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି । ଚାନ୍ସାଲ୍ ଋଷି ସୁନ୍କ୍ ଏନେଇ ଏକ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାର ନାମ ’ଇଟ୍ ଆଉଟ୍ ଟୁ ହେଲପ୍ ଆଉଟ୍’ ରହିଛି । ଅର୍ଥାତ୍ ବାହାରେ ଖାଇବା, କାରଣ ଏହା ଦ୍ବାରା ଲୋକଙ୍କୁ ସାହାଯ୍ୟ ମିଳିବ । ଏହି ଯୋଜନା ପାଇଁ ୫୩,୦୦୦ରୁ ଅଧିକ ରେଷ୍ଟୁରାଣ୍ଟ, କାଫେ ଅନ୍ୟ ଆଉଟଲେଟ୍ ନିଜର ସହମତି ଜଣାଇଛନ୍ତି । ହୋଟେଲ ଶିଳ୍ପକୁ ସାହାଯ୍ୟ ପାଇଁ ଏହି ଯୋଜନାର ଆରମ୍ଭ କରାଯାଇଛି । କରୋନା କାରଣରୁ ହୋଟେଲ ବ୍ୟବସାୟ ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଛି । ଏହି ଯୋଜନା ଆଧାରରେ ଅଗଷ୍ଟ ମାସର ସୋମବାରଠାରୁ ବୁଧବାର ପର୍ୟ୍ୟନ୍ତ ରେଷ୍ଟୁରାଣ୍ଟରେ ବସି ଭୋଜନ କରୁଥିବା ଲୋକଙ୍କୁ ୫୦ ପ୍ରତିଶତର ଲାଭ ଦିଆଯିବ । ପ୍ରତ୍ୟେକ ବ୍ୟକ୍ତିକୁ ଅଧିକ ୧୦ ପାଉଣ୍ଡ ପର୍ୟ୍ୟନ୍ତ ରିହାତି ମିଳିବ। ଏବଂ ଏହି ରିହାତି ଭୋଜନ ଅନ୍ୟ ଅଣ –ମାଦ୍ରକ ଦ୍ରବ୍ୟ ଉପରେ ଲାଗୁ ହେବ । ତେବେ ଏହି ଭୋଜନର ଲାଭ ଗୋଟିଏ ଥରରୁ ଅଧିକ ଥର ମଧ୍ୟ ଉଠାଇ ହେବ ।