ହାର୍ଟ ଆଟାକରୁ ମୁକ୍ତି ଦେବ ଏହି ଜୁସ୍
ହାର୍ଟ ଆଟାକରୁ ମୁକ୍ତି ଦେବ ଏହି ଜୁସ୍
ଭୁବନେଶ୍ୱର: ଜୀବନଶୈଳୀରେ ପରିବର୍ତ୍ତନ ଓ ଖାଦ୍ୟପେୟରେ ଅନିୟମିତତା ଯୋଗୁ ଏବେ ରୋଗର ମାତ୍ରା ବଢ଼ିବାରେ ଲାଗିଛି । ଏଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ହାର୍ଟ ଆଟାକ୍ । ହାର୍ଟ ଆଟାକର ହେବା ପୂର୍ବରୁ ଆପଣଙ୍କ ହାତ, ଅଣ୍ଟା, ବେକ, ଥୋଡି ଏବଂ ପେଟରେ ଯନ୍ତ୍ରଣା ଏବଂ ଛଟପଟ ହେଲା ଭଳି ଅନୁଭୁତ ହେବା । ନିଶ୍ୱାସ ନେବାରେ ଅସୁବିଧା ଉପୁଜିବା, ଥଣ୍ଡା ଝାଳ ବୋହିବା, ମୁଣ୍ଡ ବୁଲାଇବା ଭଳି ଲାଗିବା ବି ହୃଦୟରୋଗରେ ଏକ କାରଣ ହୋଇଥାଏ । ଲଗାତାର ନିଶ୍ୱାସ ଗଲା ଭଳି ଅସୁବିଧାର ସମ୍ମୁଖିନ ହେବା । ଏହା ହୃଦୟ ସମସ୍ୟାର ଏକ ଲକ୍ଷଣ ହୋଇପାରେ ।
ହୃଦରୋଗର କାରଣ : ହୃଦରୋଗର ଅନେକ ଗୁଡିଏ କାରଣ ହୋଇପାରେ । ଯେଉଁଥିରେ କୋଲେଷ୍ଟ୍ରୋଲ୍ ବଢିବା, ଧୂମପାନ, ମଦ୍ୟପାନ କରିବା, ଚିନ୍ତାଗ୍ରସ୍ତ ହେବା, ମେଦବହୁଳତା ଏବଂ ଉକ୍ତ ରକ୍ତଚାପ ମଧ୍ୟ ସାମିଲ ଅଛି ।
ତେବେ ଏଥିରୁ ବର୍ତ୍ତିବା ପାଇଁ ବେଳ ଥାଉଣୁ ସାବଧାନ ରୁହନ୍ତୁ । ଏଥିପାଇଁ ସପ୍ତାହରେ ୨-୩ଥର ଡାଳିମ୍ବ ଜୁସ୍ ପିଇଲେ ଏହା ରକ୍ତ ସଞ୍ଚାଳନକୁ ସ୍ୱାଭାବିକ କରିଥାଏ । ଏହା କୋଲେଷ୍ଟ୍ରରଲସ୍ତରକୁ କମାଇଥାଏ । ଡାଳିମ୍ବ ରସ ପିଇବା ଦ୍ୱାରା ରକ୍ତ ସଞ୍ଚାଳନ ଠିକ୍ ହୁଏ । ଫଳରେ ହାର୍ଟ ଷ୍ଟୋକ୍ ହେବାର ଆଶଙ୍କା ମଧ୍ୟ କମ୍ ହୁଏ । ଡାଳିମ୍ବ ଜୁସରେ ଭିଟାମିନ-ଏ, ସି, ଇ, ଫୋଲିକ ଏସିଡ୍ ଓ ଆଣ୍ଟି ଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ରହିଥାଏ । ରକ୍ତରେ ଆଇରନ କମ ଥିଲେ ନିୟମିତ ଡାଳିମ୍ବ ରସ ପିଇଲେ ସୁଫଳ ମିଳେ ।




admin 