ହାଇଦ୍ରାବାଦରୁ ଗିରଫ ହେଲା ଦୁର୍ଦ୍ଦାନ୍ତ ଗଞ୍ଜେଇ ମାଫିଆ

ହାଇଦ୍ରାବାଦରୁ ଗିରଫ ହେଲା ଦୁର୍ଦ୍ଦାନ୍ତ ଗଞ୍ଜେଇ ମାଫିଆ

ହାଇଦ୍ରାବାଦରୁ ଗିରଫ ହେଲା ଦୁର୍ଦ୍ଦାନ୍ତ ଗଞ୍ଜେଇ ମାଫିଆ

ଭୁବନେଶ୍ବର: ଓଡିଶା ଏସଟିଏଫକୁ ମିଳିଛି ବଡ ସଫଳତା । ହାଇଦ୍ରାବାଦରୁ ଗିରଫ ହୋଇଛି ହାର୍ଡକୋର ଗଞ୍ଜେଇ ମାଫିଆ। ମାଲକାନଗିରିର ଏକ ଗଞ୍ଜେଇ କାରବାରର ମାଷ୍ଟର ମାଇଣ୍ଡ ଥ୍ୟାଲି ଶ୍ୟାମ ସୁନ୍ଦରକୁ ହାଇଦ୍ରାବାଦର ଅମ୍ବରପେଟ୍ଟା ସାଇକ୍ରିଷ୍ଣା ନଗରରୁ କାବୁ କରିଛି ଓଡିଶା ଏସଟିଏଫ।ଗତବର୍ଷ ଅକ୍ଟୋବର ମାଲକାନଗିରିରୁ ୧ କ୍ବିଣ୍ଟାଲ ଗଞ୍ଜେଇ କାରବାରର ମଷ୍ଟରମାଇଣ୍ଡ ଥିଲା ଥ୍ୟାଲି ଶ୍ୟାମ ସୁନ୍ଦର । ଏନ ବାଲୁ ନାମକ ଜଣେ ସହଯୋଗୀ ଜରିଆରେ ଗଞ୍ଜେଇ ଟ୍ରକ ପଠାଇଥିବା ବେଳେ ମାଲକାନଗିରିରୁ ଧରାପଡିଥିଲା । ଗିରଫ ଏ ନ ବାଲୁ ଏହି ଅଭିଯୁକ୍ତ ଥ୍ୟାଲି ଶ୍ୟାମ ସୁନ୍ଦରର ନା ନେବା ପରଠାରୁ ମାଷ୍ଟରମାଇଣ୍ଡ ଥ୍ୟାଲିକୁ ଖୋଜୁଥିଲା ଓଡିଶା ପୋଲିସ। ଶେଷରେ ଆଜି ନିଜର ଅମ୍ବରପେଟ୍ଟା ସାଇକ୍ରିଷ୍ନା ନଗର ଘରୁ ଗିରଫ କରିଛି ଓଡିଶା ଏସ୍‌ଟିଫି।