ହାଇଦ୍ରାବାଦ ଢାଞ୍ଚାରେ ଓଡ଼ିଶାରେ ତିଆରି ହେବ ଆଧୁନିକ ମଦ ଡିପୋ
ହାଇଦ୍ରାବାଦ ଢାଞ୍ଚାରେ ଓଡ଼ିଶାରେ ତିଆରି ହେବ ଆଧୁନିକ ମଦ ଡିପୋ
କଟକ: ହାଇଦ୍ରାବାଦ ଢାଞ୍ଚାରେ ଓଡ଼ିଶାରେ ତିଆରି ହେବ ଆଧୁନିକ ମଦ ଡିପୋ । ଏହି ଡିପୋରେ ବର୍ତ୍ତମାନ ତୁଳନାରେ ୨୦ରୁ ୩୦ ପ୍ରତିଶତ ମଦ ଅଧିକ ରହିପାରିବ । ମଦ ଗଚ୍ଛିତ ରଖିବା ପାଇଁ ଆସନ୍ତା ଅଗଷ୍ଟ ମାସରେ ୪ଟି ଆଧୁନିକ ଡିପୋ ଖୋଲିବାକୁ ଯାଉଛି । ଏଥିପାଇଁ ପ୍ରାୟ ୪୦ କୋଟି ଟଙ୍କା ଖର୍ଚ୍ଚ କରୁଛି ଅବକାରୀ ବିଭାଗ । ଦ୍ୱିତୀୟ ପର୍ଯ୍ୟାୟରେ ଆହରୁ ୮ଟି ଡିପୋ ଖୋଲିବାକୁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଏବେ ରାଜ୍ୟରେ ଥିବା ୯ଟି ମଦ ଡିପୋ ଭଡ଼ାଘରେ ଚାଲୁଥିବାରୁ ହାଇଦ୍ରାବାଦ୍ ଢାଞ୍ଚାରେ ଅଧିକ ମଦ ଓଡ଼ିଶାରେ ଗଚ୍ଛିତ ରଖିବାକୁ ଏ ପ୍ରକାର ନିଷ୍ପତ୍ତି କାର୍ଯ୍ୟକାରୀ ହେବାକୁ ଯାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶ୍ରମିକ ବଦଳରେ ମେସିନ୍ ମାଧ୍ୟମରେ ଅଳ୍ପ ସମୟ ମଧ୍ୟରେ କାମ କରାଯିବାକୁ ଏଥିରେ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ୯ଟି ମଦ ଡିପୋ କଟକର ନିର୍ଗୁଣ୍ଡି, ଅନୁଗୁଳ, ବଲାଙ୍ଗୀର, ବାଲେଶ୍ୱର, ବ୍ରହ୍ମପୁର, ଯାଜପୁରର ଚଣ୍ଡିଖୋଲ, ଖୋର୍ଦ୍ଧା, ରାୟଗଡ଼ା, ସମ୍ବଲପୁରରେ ରହିଥିବାବେଳେ ଏଥିରୁ କେବଳ ଖୋର୍ଦ୍ଧା ଡିପୋ ସରକାରୀ ଚିନି ମିଲରେ ଚାଲୁଛି ।