ହାଇଡ୍ରୋକ୍ସିକ୍ଲୋରୋକୁଇନ ନେଇ ସତର୍କ କଲା ଏଫଡିଏ

ହାଇଡ୍ରୋକ୍ସିକ୍ଲୋରୋକୁଇନ ନେଇ ସତର୍କ କଲା ଏଫଡିଏ

ହାଇଡ୍ରୋକ୍ସିକ୍ଲୋରୋକୁଇନ ନେଇ ସତର୍କ କଲା ଏଫଡିଏ
ନୂଆଦିଲ୍ଲୀ: କରୋନା ସଂକ୍ରମଣ ଜନିତ କୋଭିଡ-୧୯ରେ ଆକ୍ରାନ୍ତ ରୋଗୀଙ୍କ ଉପଚାର ଲାଗି ହାଇଡ୍ରୋକ୍ସିକ୍ଲୋରୋକୁଇନ ବଟିକାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଈଶ୍ୱରଙ୍କ ଉପହାର ଏବଂ ଗେମ ଚେଞ୍ଜର ବୋଲି ଅଭିହିତ କରିଥିବା ବେଳେ ଆମେରିକାର ଖାଦ୍ୟ ଓ ଔଷଧ ପ୍ରାଧିକରଣ ଏହାକୁ ବ୍ୟବହାର ନ କରିବାକୁ ପରାମର୍ଶ ଦେଇଛି । ମ୍ୟାଲେରିଆ ଜ୍ୱରର ଉପଚାର ପାଇଁ ବ୍ୟବହାର କରାଯାଉଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନ ଏବଂ କ୍ଲୋରୋକୁଇନ ବଟିବା ସେବନ ଦ୍ୱାରା ହୃତପିଣ୍ଡର ଗତିରେ ଅନିୟମିତତା ପରିଲକ୍ଷିତ ହେବ । ଏହା ଦ୍ୱାରା ହୃତପିଣ୍ଡର ଗତି ସାଂଘାତିକ ଭାବେ ବୃଦ୍ଧି ପାଇପାରେ ବୋଲି ଏଫଡିଏ ସତର୍କ କରିଛି । ଏଫଡିଏ ଆୟୁକ୍ତ ଷ୍ଟିଫେନ ଏମ ହାହନ କହିଛନ୍ତି କୋଭିଡ-୧୯ ର ଉପଚାର ଦିଗରେ ଏହି ଔଷଧର ପ୍ରଭାବ ଏବଂ ସୁରକ୍ଷା ସମ୍ବନ୍ଧରେ ଜାରି ରହିଛି । ଏଭଳି ସ୍ଥିତିରେ ଏହାକୁ ବ୍ୟବହାର କରିବା ଦ୍ୱାରା ସୃଷ୍ଟି ହେଉଥିବା ପାଶ୍ୱର୍ ପ୍ରତିକ୍ରିୟା ପ୍ରତି ମଧ୍ୟ ଦୃଷ୍ଟି ଦେବା ଉଚିିତ । ସ୍ୱାସ୍ଥ୍ୟକର୍ମୀମାନେ ଏହି ଔଷଧ ସେବନ କରିଥିବା ପ୍ରତ୍ୟେକ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ବିଶେଷ ଦୃଷ୍ଟି ଦେଇ ଏହି ସମସ୍ୟାଗୁଡ଼ିକର ଉପଶମ କରିବା ଦରକାର । ଏଫଡିଏ ମଧ୍ୟ ଏହି ସମ୍ବନ୍ଧୀୟ ସମସ୍ୟାର ଯାଞ୍ଚ କରିବ । ଅଧିକ ତଥ୍ୟ ହାସଲ କରିବା ପରେ ସାର୍ବଜନିକ ଭାବେ ଆଲୋଚନା କରିବ ବୋଲି ସେ ଦର୍ଶାଇଛନ୍ତି । ଏଫଡିଏର ଏହି ଘୋଷଣା ପରେ ଟ୍ରମ୍ପ ହ୍ୱାଇଟ ହାଉସଠାରେ ଏକ ବିବୃତ୍ତି ଦେଇଥିଲେ । ସେ କହିଥିଲେ ହାଇଡ୍ରୋକ୍ସିକ୍ଲୋରୋକୁଇନ ବ୍ୟବହାରକୁ ନେଇ ଏଫଡିଏ ଦୁଇ ପ୍ରକାର କଥା କହୁଛି । ଏହା ଉପରେ ଗବେଷଣା ହେବା ଦରକାର । ଯଦି ଏହି ବଟିକା କାମ ଦେଉଛି ତାହା ହେଲେ ଏହାକୁ ବ୍ୟବହାର କରାଯାଉ ନ ଚେତ ନାହିଁ । ପୂର୍ବରୁ ଟ୍ରମ୍ପ ଏହି ଔଷଧ ବ୍ୟବହାର ଉପରେ ପ୍ରବଳ ଗୁରୁତ୍ୱ ଦେଉଥିଲେ । ମାତ୍ର ଏଥିନେଇ ସେ ଯେଉଁ ଯୁକ୍ତି ଉପସ୍ଥାପନ କରିଥିଲେ ତାହା ପ୍ରମାଣ କରିବା ଲାଗି ଅଧିକ ଗବେଷଣାର ଆବଶ୍ୟକତା ରହିଛି ।