ହାଇକୋର୍ଟଙ୍କ ନିଦେ୍ର୍ଧଶ ମିଳିଲା ପରେ ନିଷ୍ପତ୍ତି ନିଆଯିବ : ସମୀର ଦାଶ

ହାଇକୋର୍ଟଙ୍କ ନିଦେ୍ର୍ଧଶ ମିଳିଲା ପରେ ନିଷ୍ପତ୍ତି ନିଆଯିବ : ସମୀର ଦାଶ

ହାଇକୋର୍ଟଙ୍କ ନିଦେ୍ର୍ଧଶ ମିଳିଲା ପରେ ନିଷ୍ପତ୍ତି ନିଆଯିବ : ସମୀର ଦାଶ
ଭୁବନେଶ୍ୱର: ସ୍କୁଲ ଫି’ ଛାଡ଼ ପ୍ରସଙ୍ଗରେ ଆଜି ଗଶଶିକ୍ଷା ମନ୍ତ୍ରୀ ସମୀର ଦାଶ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ହାଇକୋର୍ଟଙ୍କ ନିଦେ୍ର୍ଧଶ ଆମ ପାଖରେ ପହଞ୍ଚି ନାହିଁ । ଯାହା କିଛି ଗଣମାଧ୍ୟମରୁ ଜାଣିବାକୁ ପାଇଛୁ । ହାଇକୋର୍ଟଙ୍କ ନିଦେ୍ର୍ଧଶ ମିଳଲା ପରେ ବିଭାଗ ଏନେଇ ନିଷ୍ପତ୍ତି ନେବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି । ପୂର୍ବରୁ ହାଇକୋର୍ଟରେ ଘରୋଇ ସ୍କୁଲ ଫି’ ମାମଲା ପ୍ରସଙ୍ଗରେ ଗତ ଗୁରୁବାର ଏକ ବଡ଼ ଖବର ସାମନାକୁ ଆସିଥିଲା । ତାହା ହେଲା କମିଟି ରିପୋର୍ଟ ଆଧାରରେ ନିଷ୍ପତ୍ତି ଗ୍ରହଣ କରିବାକୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଥିଲେ । କୋର୍ଟଙ୍କ ନିଦେ୍ର୍ଧଶରେ ଗଠିତ ଉଚ୍ଚସ୍ତରୀୟ କମିଟିର ନିଷ୍ପତ୍ତିକୁ ଗ୍ରହଣ କରିବାକୁ କୋର୍ଟ ନିଦେ୍ର୍ଧଶ ଦେଇଥିଲେ । ସେହିପରି ରିପୋର୍ଟ ଗ୍ରହଣରେ କାହାର କିଛି ଆପତ୍ତି ଥିଲେ ସାନି ରିଟ ପାଇଁ ମଧ୍ୟ ହାଇକୋର୍ଟ ନିଦେ୍ର୍ଧଶ ଦେଇଥିଲେ । ଉପରୋକ୍ତ ଦୁଇ ନିଦେ୍ର୍ଧଶ ସହ ହାଇକୋର୍ଟ ଏହି ମାମଲାର ଅନ୍ତ ଘଟାଇଥିଲେ । ପ୍ରକାଶ ଯେ, କେଉଁ ଶ୍ରେଣୀ ପାଇଁ କେତେ ଟଙ୍କା ସ୍କୁଲ ଫି ହ୍ରାସ ହେବ ସେନେଇ କୋର୍ଟଙ୍କ ନିଦେ୍ର୍ଧଶରେ ଗଠିତ ଉଚ୍ଚସ୍ତରୀୟ କମିଟି ରିପୋର୍ଟ ଦେଇଥିଲା ।