ଦୁର୍ଘଟଣାରେ ନାବାଳିକା ମୃତ

ଦୁର୍ଘଟଣାରେ ନାବାଳିକା ମୃତ

ଦୁର୍ଘଟଣାରେ ନାବାଳିକା ମୃତ
ନିଶ୍ଚିନ୍ତକୋଇଲି: କଟକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଥିବା ନିଶ୍ଚିନ୍ତକୋଇଲି ଥାନା କଟିକଟା ଛକ ନିକଟରେ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିବା ଟ୍ରକ ସାମ୍ନାରୁ କଟକ ମେଡିକାଲ ଅଭିମୁଖେ ରୋଗୀକୁ ନେଇ ଯାଉଥିବା ଏକ ମାରୁତି କାରକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ବିଂଝାରପୁର ଥାନା ଅଧୀନ ଜରିପଡ଼ା ଗ୍ର‌ାମର ଜଣେ ନାବାଳିକା ସରିତା ମଲ୍ଲିକ(୧୭)ଙ୍କ ମୃତ୍ୟୁ ଘଟିଛି। କାରରେ ଥିବା ଅନ୍ୟ ୪ଜଣ ବ୍ୟକ୍ତିଙ୍କୁ ନିଶ୍ଚିନ୍ତକୋଇଲି ଅଗ୍ନିଶମ ପକ୍ଷରୁ ଉଦ୍ଧାର କରାଯାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।