ହତ୍ୟାକୁ ବାଏଁ ବାଏଁ ଉଡାଇଲା ଅଭିଯୁକ୍ତ

ହତ୍ୟାକୁ ବାଏଁ ବାଏଁ ଉଡାଇଲା ଅଭିଯୁକ୍ତ

ହତ୍ୟାକୁ ବାଏଁ ବାଏଁ ଉଡାଇଲା ଅଭିଯୁକ୍ତ

ଭୁବନେଶ୍ୱର: ପୁରୁଷୋତ୍ତମପୁର ଥାନା ପ୍ରତାପପୁରରେ ଯୁବତୀଙ୍କୁ ଜାଳି ହତ୍ୟା ଘଟଣାରେ ଏକ ବଡ଼ ଖବର ସାମନାକୁ ଆସିଛି ।  ଅଭିଯୁକ୍ତ କୃଷ୍ଣଚନ୍ଦ୍ର ସାହୁ ଅଭିଯୋଗକୁ ବାଏଁ ବାଏଁ ଉଡ଼ାଇ ଦେଇଛି । ଅଭିଯୋଗକୁ ଠିଆ ଠିଆ ଫାଙ୍କି ଦେଇଛି ଅଭିଯୁକ୍ତ ।  ମୁଁ ଏଥିରେ ସମ୍ପୃକ୍ତ ନୁହେଁ, ଅନ୍ୟଠି ଥିଲି ବୋଲି ଅଭିଯୁକ୍ତ କୃଷ କହିଛି । ସେ ଯେଉଁ ଅଟୋରେ ଆସୁଥିଲେ, ସେ ଡ୍ରାଇଭର ଜାଣିଥିବ । ଝିଅର ମାନସିକ ରୋଗ ଥିଲା, ପୂର୍ବରୁ ମୋତେ ବିଷ ଦେଇଥିଲେ ବୋଲି କୃଷ୍ଣ କହିଛି ।  ତେବେ ଉଭୟଙ୍କ ମଧ୍ୟରେ ୨୦୧୫ରୁ ପ୍ରେମ ସମ୍ପର୍କ ଥିଲା ବୋଲି କୃଷ୍ଣ ମାନିଛି । 

 ଗତକାଲି ପ୍ରତାପପୁରର ଏକ ପରିତ୍ୟକ୍ତ ଘରୁ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା ।  କୃଷ୍ଣ ତାଙ୍କୁ ସ୍ପିରିଟ ଢାଳି ଜାଳିଦେଇଥିବା ଯୁବତୀ ଜଣକ କହିଥିଲେ ।  ଥାନା ସୂତ୍ରରୁ ପ୍ରକାଶ, ପ୍ରତାପୁର ଗ୍ରାମ ଛକ ନିକଟରେ ଏକ ପରିତ୍ୟକ୍ତ ଗୁଣ୍ଡି କାରଖାନା ନିକଟରେ ମଙ୍ଗଳବାର ପ୍ରାୟ ୬ଟାରେ ଜଣେ ଯୁବତୀଙ୍କ ରକ୍ଷା କର ରକ୍ଷା କର ଚିତ୍କାର ଶୁଣି ଘଟଣାସ୍ଥଳକୁ ଦୌଡ଼ିଥିଲେ ସ୍ଥାନୀୟ ଲୋକେ । ଯୁବତୀ ଜଣଙ୍କ ଜଳୁଥିବା ଦେଖି ପୁଲିସ ଓ ଦମକଳ ବାହିନୀକୁ ଖବର ଦେଇଥିଲେ । ପୁଲିସ ଓ ଦମକଳ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ପୁରୁଷୋତ୍ତମପୁର ଡାକ୍ତରଖାନା ନେଇଥିଲେ। ଶରୀରର ପ୍ରାୟ ୮୦ ଭାଗ ଜଳି ଯାଇଥିଲା।  ଜଣେ ଯୁବକ ତାଙ୍କୁ ଜାଳି ଦେଇଥିବା କହିବା ସହ ସେ ଯୁବକଙ୍କ ଘର ପ୍ରତାପୁର ବୋଲି କହିଥିଲେ । ଯୁବକଙ୍କ ମୋବାଇଲ୍‌ ନମ୍ବର ବି ଦେଇଥିଲେ । ମୋବାଇଲ୍‌ ନମ୍ବରକୁ ଟ୍ରାକ୍‌ କରି ପୁଲିସ ଚମ୍ପଟ ମାରିଥିବା ଅଭିଯୁକ୍ତ ଯୁବକ କୃଷ୍ଣ ସାହୁଙ୍କୁ କେଶପୁରରୁ କାବୁ କରିଥିଲା । ଏଥିସହ କୃଷ୍ଣ ବ୍ୟବହାର କରିଥିବା ବାଇକ୍‌ ଜବତ କରାଯାଇଛି ।, ପ୍ରେମିକ କୃଷ୍ଣଙ୍କ ସହ ଶୁଭସ୍ମିତାଙ୍କ ସମ୍ପର୍କ ରହିଥିଲା।ମଙ୍ଗଳବାର ଯୁବତୀଙ୍କୁ ପ୍ରେମିକ ଜଣଙ୍କ ଡକାଇଥିଲେ। ପ୍ରତାପୁର ଛକ ନିକଟ ଏକ ପରିତ୍ୟକ୍ତ ଘରେ ଶାରୀରିକ ସମ୍ପର୍କ ରଖିଥିଲା। ପରେ ଯୋଜନା ମୁତାବକ ପ୍ରେମିକା ଉପରେ ସ୍ପିରିଟ୍‌ କିମ୍ବା ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ହୁତୁହୁତୁ ହୋଇ ଯୁବତୀ ଜଣଙ୍କ ଜଳୁଥିବାବେଳେ ଯୁବକ ଜଣଙ୍କ ଚମ୍ପଟ ହୋଇଯାଇଥିଲା । ସ୍ଥାନୀୟ ଲୋକ ଯୁବତୀଙ୍କ ରକ୍ଷା କର ରକ୍ଷା କରଟ୍ଟ.ଚିତ୍କାର ଶୁଣି ଦୌଡ଼ି ଆସିଥିଲେ। ଶହ ଶହ ଲୋକଙ୍କ ସୁଅ ଛୁଟିଥିଲା। ଲୋକମାନେ ଖବର ଦେବାପରେ ପୁଲିସ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କରିଥିଲା।