ହକି ଇଣ୍ଡିଆ ସଭାପତି ପଦବୀ ପାଇଁ ନାମାଙ୍କନ ଭରିଲେ ଦିଲ୍ଲୀପ ତିର୍କି

ହକି ଇଣ୍ଡିଆ ସଭାପତି ପଦବୀ ପାଇଁ ନାମାଙ୍କନ ଭରିଲେ ଦିଲ୍ଲୀପ ତିର୍କି

ହକି ଇଣ୍ଡିଆ ସଭାପତି ପଦବୀ ପାଇଁ ନାମାଙ୍କନ ଭରିଲେ ଦିଲ୍ଲୀପ ତିର୍କି

ଭୁବନେଶ୍ୱର: ହକି ଇଣ୍ଡିଆ ସଭାପତି ପଦବୀ ପାଇଁ ନାମାଙ୍କନ ଭରିଲେ ଓଡ଼ିଆ ହକି ଲିଜେଣ୍ଡ ଦିଲ୍ଲୀପ ତିର୍କି। ଆସନ୍ତା ୧ ତାରିଖରେ ହେବ ହକି ଇଣ୍ଡିଆର ନିର୍ବାଚନ। ଆଜି ଏଥିପାଇଁ ନାମାଙ୍କନ ଭରିଥିବା ନେଇ ଟୁଇଟରରେ ସୂଚନା ଦେଲେ ଦିଲୀପ ତିର୍କୀ। ଭାରତୀୟ ଦଳର ପୂର୍ବତନ ଅଧିନାୟକ ଭାବେ ଅନେକ ରେକର୍ଡ କରିଛନ୍ତି ଦିଲୀପ। 

ସେ ପ୍ରତିକ୍ରିୟା ଦେଇ କହିଛନ୍ତି,  ହକି ଇଣ୍ଡିଆର ସଭାପତି ହେଲେ ସେ ଭାରତୀୟ ହକିକୁ ଅଧିକ ମଜଭୂତ କରିବେ। ବିଶ୍ୱରେ ଭାରତୀୟ ହକି ଦଳର ଆଗକୁ ନେବାକୁ ପ୍ରୟାଶ କରିବେ। ଜୁନିଅର ଓ ସବ୍‌ଜୁନିଅର ହକି ଦଳର ଟ୍ରେନିଂକୁ ଅଧିକ ମଜଭୂତ କରିବେ। ହକି ସିନିୟର ଟିମ୍ ଓ ମହିଳା ଟିମ୍‌ର ପରଫରମାନ୍ସ ଅଧିକ ଭଲ କରିବାକୁ ଚେଷ୍ଟା କରିବେ।

ସୂଚନା ଥାଉକି, ୪୪ ବର୍ଷିୟ ଦିଲ୍ଲୀପ ଏବେ ଓଡିଶା ହକି ପ୍ରମୋସନ କାଉନସିଲ୍ ଅଧ୍ୟକ୍ଷ ଅଛନ୍ତି। ତେଣୁ ଗୋଟିଏ କଦମ ଆଗକୁ ଯାଇ ସେ ହକି ଇଣ୍ଡିଆ ସଭାପତି ପଦବୀ ପାଇଁ ନିର୍ବାଚନ ଲଢ଼ୁଛନ୍ତି। ଅକ୍ଟୋବର ୯ ସୁଦ୍ଧା ହକି ଇଣ୍ଡିଆ ନିର୍ବାଚନ ପ୍ରକ୍ରିୟା ଶେଷ ହେବାର ଅଛି। ବିହାର ସରକାରର ପୂର୍ବତନ ର୍ନିବାଚନ ଅଧିକାରୀ ଅଜୟ ନାୟକଙ୍କୁ ଏହି ର୍ନିବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ଭାବରେ ନିଯୁକ୍ତ କରାଯାଇଛି।