ସଡ଼କ ଦୁର୍ଘଟଣା, ୫ ଆହତ
ସଡ଼କ ଦୁର୍ଘଟଣା, ୫ ଆହତ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବସ୍ତାର ହଲଦିପଦା ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଟ୍ରକ୍କୁ ଦେବାରୁ ୫ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ଆମ୍ବୁଲାନ୍ସ ଡ୍ରାଇଭର ବଳରାମ ନାୟକ,ହେଲପର ସନ୍ତୋଷ କୁମାର ମହାନ୍ତି ,ଫାର୍ମାସିଷ୍ଟ ଗଣେଶ ଚନ୍ଦ୍ର ପ୍ରଧାନ, ରୋଗୀ ଜ୍ୟୋତ୍ସ୍ନା ରାଣୀ ମଞ୍ଜ ଓ ତାଙ୍କର ଦୁଇ ଜଣ ସମ୍ପର୍କୀୟ। ସମସ୍ତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଜ୍ୟୋତ୍ସ୍ନା ରାଣୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜଳେଶ୍ୱରପୁର ହସପିଟାଲରେ ଚିକିତ୍ସାଧୀନ ଥିଲେ। ଆଜି ଭୋର ୪ଟା ସମୟରେ ଆମ୍ବୁଲାନ୍ସଟି ଜଳେଶ୍ୱରପୁର ହସପିଟାଲରୁ ଜ୍ୟୋତ୍ସ୍ନାରାଣୀଙ୍କୁ ନେଇ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ଆସୁଥିଲା। ଏହି ସମୟରେ ହଲଦିପଦା ନିକଟରେ ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକ୍କୁ ଆମ୍ବୁଲାନ୍ସଟି ଧକ୍କା ଦେଇଥିଲା। ଦୁର୍ଘଟଣାରେ ୫ ଜଣ ଆହତ ହୋଇଥିଲେ। ସ୍ଥାନୀୟ ଲୋକ ଓ ପୁଲିସ ଉଦ୍ଧାର କରି ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ଟ୍ରକ୍ରେ ଥିବା ଡ୍ରାଇଭର ଓ ହେଲପରଙ୍କର କିଛି ହୋଇନାହିଁ। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।