ସ୍ୱାମୀକୁ ମାରିଲା ନୃଶଂସ ସ୍ତ୍ରୀ
ସ୍ୱାମୀକୁ ମାରିଲା ନୃଶଂସ ସ୍ତ୍ରୀ
ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ବାମୀକୁ ଅତି ନୃଶଂସ ଭାବରେ ହତ୍ୟା କରିଛି ସ୍ତ୍ରୀ । ଏପରିକି ହତ୍ୟା ପରେ ସ୍ବାମୀଙ୍କ ଗୁପ୍ତାଙ୍ଗ ମଧ୍ୟ କାଟି ମୃତଦେହ ନିକଟରେ ଫିଙ୍ଗିଦେଇଛି। ଅଭିଯୁକ୍ତା ସ୍ତ୍ରୀ ଫେରାର ରହିଥିବା ବେଳେ ପୋଲିସର ଅନୁସନ୍ଧାନ ଜାରି ରହିଛି। ପତିପତ୍ନୀଙ୍କ ମଧ୍ୟରେ କଳହକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।
ଖବର ଅନୁଯାୟୀ, ଶନିବାର ସକାଳେ ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ଦେଇ ଯାଇଥିବା ରେଙ୍ଗାଲି କେନାଲ ନିକଟରୁ କ୍ଷତାକ୍ତ ଅବସ୍ଥାରେ ମିଳିଥିଲା ବ୍ୟକ୍ତିଙ୍କ ମୃତଦେହ। କେନାଲ ପାଖ ଜଙ୍ଗଲରେ ମୃତଦେହଟି ପଡିରହିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଯୁବକଙ୍କ ଗୁପ୍ତାଙ୍ଗ ଛେଦନ କରାଯାଇ ତଳେ ପଡିଥିବାର ଦେଖିବାକୁ ମିଳିଥିଲା। ମୃତ ବ୍ୟକ୍ତି ସ୍ଥାନୀୟ ପୁବଳ ଗ୍ରାମର ଗଙ୍ଗାରାମ ଚାମ୍ପିଆଙ୍କ ପୁଅ ରାଜୁ ଚାମ୍ପିଆ ବୋଲି ଜଣାପଡିଥିଲା। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିଲା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ରାଜୁକୁ ତାର ସ୍ତ୍ରୀ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତା ସ୍ତ୍ରୀକୁ ଗିରଫ କରି କଠୋର ଦଣ୍ଡ ଦେବାକୁ ମୃତକଙ୍କ ବାପା ମା ଓ ପରିବାର ଲୋକେ ଦାବି କରିଛନ୍ତି।
ସେପଟେ ଶବକୁ ଯାଞ୍ଚ ପରେ ବ୍ୟବଚ୍ଛେଦ ପାଇଁ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା ।ଏହି ହତ୍ୟାକାଣ୍ଡରେ ରାଜୁର ସ୍ତ୍ରୀଙ୍କ ସମ୍ପୃକ୍ତି ଥିବା ପୋଲସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ରାଜୁର ମୁଣ୍ଡକୁ ଠେଙ୍ଗାରେ ପିଟି ବା ପଥରରେ ଛେଚି ହତ୍ୟା କରାଯାଇଛି। ଏବଂ ପରେ ତାର ଗୁପ୍ତାଙ୍ଗ କଟାଯାଇ ଫିଙ୍ଗାଯାଇଥିବା ପୋଲିସ ସନ୍ଦେହ କରୁଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ଘଟଣାର ତଦନ୍ତ ଜାରି ରହିଥିବା କଳିଙ୍ଗନଗର ଅତିରିକ୍ତ ଏସପି ସୂଚନା ଦେଇଛନ୍ତି।




admin 