ସ୍ୱାମୀ ସ୍ତ୍ରୀ ବିଷ ପିଇ ଜୀବନ ହାରିଲେ

ସ୍ୱାମୀ ସ୍ତ୍ରୀ ବିଷ ପିଇ ଜୀବନ ହାରିଲେ

ସ୍ୱାମୀ ସ୍ତ୍ରୀ ବିଷ ପିଇ ଜୀବନ ହାରିଲେ
ଅସୁରାଳି: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଗଡ଼ିଆଳି ପଞ୍ଚାୟତ କାକୁଡିଗଡ଼ିଆ ଗ୍ରାମରେ ଦାମ୍ପତ୍ୟ ଝଗଡ଼ାକୁ ନେଇ ସ୍ୱାମୀ ସ୍ତ୍ରୀ ବିଷ ପିଇ ଜୀବନ ହାରିଛନ୍ତି । ମୃତକ ହେଲେ ନିରଞ୍ଜନ ମଳିକ (୫୫) ଓ ତାଙ୍କ ପତ୍ନୀ ଝୁଲଣ ମଳିକ (୫୦) । ନିରଞ୍ଜନ ଏବଂ ଝୁଲଣଙ୍କର ପିଲାପିଲି ନଥିଲା ବେଳେ ଉଭୟ ମୁଲମଜୁରି କରି ଚଳୁଥିଲେ । ନିରଞ୍ଜନ ଅଧିକାଂଶ ସମୟରେ ମଦ ପିଇ ଘରକୁ ଫେରୁଥିଲେ । ଏହାଛଡ଼ା ଅନ୍ୟାନ୍ୟ ପାରିବାରିକ କାରଣକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲା । ତିନି ସପ୍ତାହ ତଳେ ନିରଞ୍ଜନ ଓ ଝୁଲଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଳା । ଏଥିରେ ମାନସିକ ଭାରସାମ୍ୟ ହରାଇ ଝୁଲଣ ସ୍ୱାମୀ ନିରଞ୍ଜନଙ୍କ ଉପସ୍ଥିତିରେ ଘରେ ଥିବା କୀଟନାଶକ ପିଇ ଦେଇଥିଲେ । ପତ୍ନୀଙ୍କୁ ଡାକ୍ତରଖାନା ଅଣାଯିବା ବେଳେ ନିରଞ୍ଜନ ମଧ୍ୟ ସେହି ବଳକା ବିଷକୁ ପିଇ ଦେଇଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ବେଳେ ସେଠାରୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ଗୋଟିଏ ଦିନର ଚିକିତ୍ସା ପରେ ସ୍ତ୍ରୀ ଝୁଲଣ ଆଖି ବୁଜିଥିଲେ । ଗତକାଲି ସ୍ୱାମୀ ମଧ୍ୟ ପ୍ରାଣ ହରାଇଥିବା ଜଣାପଡ଼ିଛି ।