ସ୍ରାବଣ ମାସରେ ବ୍ରତ କରୁଥିଲେ ଏହି ନିୟମ ମାନନ୍ତୁ
ସ୍ରାବଣ ମାସରେ ବ୍ରତ କରୁଥିଲେ ଏହି ନିୟମ ମାନନ୍ତୁ
ହିନ୍ଦୁ ଧର୍ମରେ ଶ୍ରାବଣ ମାସର ବିଶେଷ ମହତ୍ବ ରହିଛି। ଶ୍ରାବଣ ମାସ ଭଗବାନ ଶିବଙ୍କୁ ସମର୍ପିତ ମାସ। ଏହି ମାସ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଲୋକ ସୋମବାର ବ୍ରତ କରିଥାନ୍ତି। ଏହା ସହିତ ଭୋଳାନାଥଙ୍କୁ ପ୍ରିୟ ଜିତିଷ ଯେପରିକି ବେଲପତ୍ର, ଭାଙ୍ଗ, ଗଙ୍ଗାଜଳ, କ୍ଷୀର, ଚନ୍ଦନ, ଭଷ୍ମ ଆଦି ଅର୍ପଣ କରିଥାନ୍ତି। ତେବେ ଶ୍ରାବଣ ମାସରେ ମହିଳାଙ୍କୁ ଶିବ ପୂଜା ବେଳେ ବିଶେଷ ସାବଧାନୀ ରଖିବା ଦରକାର। ମହିଳାମାନେ ଶିବପୂଜାରେ ଜଣା-ଅଜାଣତରେ ବହୁ ବଡ ଭୁଲ କରିବସିଥାନ୍ତି।
ହଳଦୀ ଲଗାନ୍ତୁ ନାହିଁ : ଶିବଲିଙ୍ଗ ପୁରୁଷ ତତ୍ତ୍ବ ସମ୍ପର୍କିତ, ତେଣୁ କେବେ ବି ଶିବ କିମ୍ବା ଶିବଲିଙ୍ଗରେ ହଳଦୀ ଲମ୍ବାନ୍ତୁ ନାହିଁ। ଶିବଲିଙ୍ଗ ଉପରେ ବେଲପତ୍ର, ଭାଙ୍ଗ, ଗଙ୍ଗାଜଳ, କ୍ଷୀର, ଚନ୍ଦନ, ଭଷ୍ମ ବଦି ଅର୍ପିତ କରିପାରିବେ।
ଛୁଁଅନ୍ତୁ ନାହିଁ ଶିବଲିଙ୍ଗ: ଶାସ୍ତ୍ର ଅନୁସାରେ, ଭଗବାନ ଶିବଙ୍କର ପୂଜା ସମୟରେ ମହିଳାଙ୍କୁ କେବେ ବି ଶିବଲିଙ୍ଗ ଉପରେ ହାତ ଲଗାଇବା ଉଚିତ ନୁହେଁ। ଏଭଳି ମାନ୍ୟତା ରହିଛି ଯେ, ମହିଳାମାନେ ଶିବଲିଙ୍ଗ ଛୁଇଁଲେ ମା’ ପାର୍ବତୀ ଅସନ୍ତୁଷ୍ଟ ହୋଇଥାନ୍ତି।
ପିନ୍ଧନ୍ତୁ ନାହିଁ କଳା ବସ୍ତ୍ର: ଶ୍ରାବଣ ମାସରେ ଯଦି ଆପଣ ସୋମବାର ବ୍ରତ ରଖନ୍ତି, ତେବେ ଭୁଲରେ ମଧ୍ୟ କଳା ରଙ୍ଗର କପଡା ପିନ୍ଧନ୍ତୁ ନାହିଁ। କଳାରଙ୍ଗ ନକରାତ୍ମକର ପ୍ରତୀକ ହୋଇଥାଏ। ଭୋଳାନାଥଙ୍କ ଉପାସନା ସମୟରେ ଲାଲ କିମ୍ବା ହଳଦିଆ ରଙ୍ଗର କପଡା ପିନ୍ଧିବା ଶୁଭ ବୋଲି କୁହାଯାଏ। ଶ୍ରାବଣ ମାସରେ ହଳଦିଆ ରଙ୍ଗର କପଡା ପିନ୍ଧିବା ସବୁଠାରୁ ଭଲ।
ଖାଆନ୍ତୁ ନାହିଁ ଏସବୁ: ଶ୍ରାବଣ ମାସରେ ମହିଳାଙ୍କୁ ଭୁଲରେ ବାଇଗଣ, ପତ୍ର ଥିବା ପରିବା, ରସୁଣ, ପିଆଜ, ମାଛ,ମାଂସର ସେବନ କରିବା ଅନୁଚିତ। ତାମସିକ ଭୋଜନ ବଦଳରେ ଶାକାହାରୀ ଖାଦ୍ୟ ସେବନ କରିବା ଦରକାର।