ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ବାମୀ
ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ବାମୀ
ବଲାଙ୍ଗୀର: ଶ୍ବଶୁର ଘରେ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଛି ସ୍ବାମୀ। ଘଟଣା ଘଟିଛି ଲୋଇସିଂହା ଥାନା ଆଗଲପୁର ଫାଣ୍ଡି ଅନ୍ତର୍ଗତ ଫଟାମୁଣ୍ଡା ଗାଁରେ। ସୂଚନା ଅନୁଯାୟୀ ଗତ ସାତ ବର୍ଷ ତଳେ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଡୁଙ୍ଗୁରିପାଲି ଗାଁର ଗାନ୍ଧିଲାଲ ସାହୁ, ଫଟାମୁଣ୍ଡା ଗାଁର କସ୍ତୁରୀ ସାହୁଙ୍କୁ ରୀତିନୀତିରେ ଵାହା ହୋଇଥିଲେ। ଦୁଇ ଜଣଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଆ ଅଛନ୍ତି । ସ୍ୱାମୀ ଗାନ୍ଧିଲାଲ ମଦ ପିଇ ସ୍ତ୍ରୀକୁ ବାରମ୍ୱାର ମାଡପିଟ କରିବାରୁ ତିନି ମାସ ତଳେ କସ୍ତୁରୀ ନିଜ ବାପ ଘରକୁ ଚାଲି ଆସିଥିଲେ । ଗୋଟିଏ ମାସ ତଲେ ମଦ୍ୟପ ସ୍ୱାମୀ ପୁଣି ଶାଶୂ ଘରକୁ ଆସି କସ୍ତୁରୀ ସହିତ ରହିବାକୁ ଲାଗିଲା । ଗତକାଲି ବିଲମ୍ୱିତ ରାତିରେ ସ୍ୱାମୀ ଗାନ୍ଧିଲାଲ,ସ୍ତ୍ରୀକୁ ତଣ୍ଟିଚିପି ହତ୍ୟା କରି ଫେରାର ମାରିଥିବା ଅଭିଯୋଗ ହୋଇଛି । ମୃତ କସ୍ତୁରୀର ଶବ ବାପଘରେ ପଡିରହିଛି । ତାଙ୍କ ବେକରେ ଆଘାତ ଲାଗିଛି।




admin 