ସ୍ତ୍ରୀକୁ ମାରି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ ।

ସ୍ତ୍ରୀକୁ ମାରି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ ।

ସ୍ତ୍ରୀକୁ ମାରି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ ।
ଜଣେ ବୃଦ୍ଧ ନିଜ ସ୍ତ୍ରୀଙ୍କୁ ହତ୍ୟା କରିବାପରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁର ଗାଁର ଝଜିନ୍ଦ୍ର ମଲ୍ଲିକ ଓ ତାଙ୍କ ସ୍ତ୍ରୀ ଘୁଙ୍ଗୁରି ମଲ୍ଲିକଙ୍କ ଭିତରେ ଝଗଡ଼ା ହୋଇଥିଲା । ଏହାପରେ ଝଜିନ୍ଦ୍ର ଘୁଙ୍ଗୁରିଙ୍କୁ ଏକ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏହାଫଳରେ ହିଁ ଘଟଣାସ୍ଥଳରେ ଘୁଙ୍ଗୁରିଙ୍କର ପ୍ରାଣହାନି ଘଟିଥିଲା । ଏହା ଦେଖି ବୃଦ୍ଧ ଝଜିନ୍ଦ୍ର ମଲ୍ଲିକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସକାଳେ ଖବର ପାଇ କେନ୍ଦ୍ରାପଡ଼ା ସଦର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଘୁଙ୍ଗୁରି ମଲ୍ଲିକଙ୍କ ଶବକୁ ଜବତ କରିବା ସହ ଝଜିନ୍ଦ୍ର ମଲ୍ଲିକଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଜଣାଯାଇଛି।