ସେୟାର ବଜାରରେ ରେକର୍ଡ : ପ୍ରଥମ ଥର ପାଇଁ ସେନସେକ୍ସ ୫୦ ହଜାର ଟପିଛି

ସେୟାର ବଜାରରେ ରେକର୍ଡ : ପ୍ରଥମ ଥର ପାଇଁ ସେନସେକ୍ସ ୫୦ ହଜାର ଟପିଛି

ସେୟାର ବଜାରରେ ରେକର୍ଡ : ପ୍ରଥମ ଥର ପାଇଁ ସେନସେକ୍ସ ୫୦ ହଜାର ଟପିଛି
ମୁମ୍ବାଇ : ପ୍ରଥମ ଥର ପାଇଁ ସେନସେକ୍ସ ୫୦ ହଜାର ଟପିଛି । ଫଳରେ ନିବେଶକମାନେ ମାଲାମାଲ ହୋଇଯାଇଛନ୍ତି । ବିଶେଷକରି ଏହାଦ୍ୱାରା ରିଲିୟାନ୍ସ ବେଶୀ ଫାଇଦା ପାଇଥିବା ଜାଣିବାକୁ ମିଳିଛି । ଫୁ୍ୟଚର ଗ୍ରୁପ ସହ ରିଲିୟାନ୍ସର ଚୁକ୍ତିକୁ ସେବି ଅନୁମୋଦନ କରିବା ପରେ ସେନସେକ୍ସ ବୃଦ୍ଧି ପାଇଛି ବୋଲି କୁହାଯାଉଛି । ଆଜି ସକାଳୁ କାରବାର ଆରମ୍ଭ ହେବା ପରେ ସେନସେକ୍ସ ୩୩୫ ପଏଂଟ ବୃଦ୍ଧି ପାଇ ୫୦୧୨୬ରେ ପହଁଚିଥିଲା । ସେହିପରି ନିଫଟି ମଧ୍ୟ ୫୦ ପଏଂଟ ବୃଦ୍ଧି ପାଇ ୧୪୭୦୦ ଛୁଇଁଥିଲା । କେବଳ ଭାରତୀୟ ବଜାର ନୁହେଁ ଏସିଆର ଅନ୍ୟ ବଜାରରେ ବି ଷ୍ଟକ କାରବାର ବୃଦ୍ଧି ପାଇଛି । ଆମେରିକା ରାଷ୍ଟ୍ରପତି ଭାବେ ଜୋ ବାଇଡେ଼ନ ଗତକାଲି ଦାୟିତ୍ୱ ନେବା ପରେ ନିବେଶକଙ୍କ ମନରେ ଆଶା ସଂଚାରିତ ହୋଇଥିବା କୁହାଯାଉଛି । ସବୁ କ୍ଷେତ୍ରରେ ସମ୍ଭାବନା ସୃଷ୍ଟି ହୋଇଛି । ବୈଦେଶିକ ନିବେଶ ବି ବୃଦ୍ଧି ପାଇଛି । ଅଟୋ, ବ୍ୟାଙ୍କ, ଆଇଟି, ମିଡ଼ିଆ, ଫାର୍ମା ଓ ବେସରକାରୀ ବ୍ୟାଙ୍କ କ୍ଷେତ୍ରରେ ବି ବୃଦ୍ଧି ପରିଲକ୍ଷିତ ହୋଇଛି । କରୋନାରେ ବିଶ୍ୱ ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡ଼ିଥିବାବେଳେ ଏବେ ସୁଧାର ଆସିଛି ।