ସେସୁ, ନେସ୍କୋ ପରେ ଏବେ ୱେସ୍କୋ ପାଳି, ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ୍ କାଟ୍ ଆରମ୍ଭ କଲା ୱେସ୍କୋ

ସେସୁ, ନେସ୍କୋ ପରେ ଏବେ ୱେସ୍କୋ ପାଳି, ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ୍ କାଟ୍ ଆରମ୍ଭ କଲା ୱେସ୍କୋ

ସେସୁ, ନେସ୍କୋ ପରେ ଏବେ ୱେସ୍କୋ ପାଳି, ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ୍ କାଟ୍ ଆରମ୍ଭ କଲା ୱେସ୍କୋ
ସେସୁ, ନେସ୍କୋ ପରେ ଏବେ ୱେସ୍କୋ ପାଳି । ବିଦ୍ୟୁତ ବିଲ ବକେୟା ପୈଠ ନ କରିଥିଲେ ଆଉ ନିସ୍ତାର ନାହିଁ । ପଶ୍ଚିମ ଓଡ଼ିଶାରେ ୱେସ୍କୋ ପକ୍ଷରୁ ଆରମ୍ଭ ହୋଇଛି ବିଦ୍ୟୁତ କାଟ୍ । ପଶ୍ଚିମ ଓଡ଼ିଶାରେ ଅନେକ ଶିଳ୍ପ ପ୍ରତିଷ୍ଠାନ, ଘରୋଇ ସଂସ୍ଥା, ସରକାରୀ ସଂସ୍ଥା ସହ ଘର ଗୁଡ଼ିକର ଦୀର୍ଘ ଦିନର ବିଦ୍ୟୁତ ବିଲ ବାକି ପଡ଼ିଛି । ବକେୟା ବିଲ ପୈଠ ପାଇଁ ୱେସ୍କୋ ପକ୍ଷରୁ ଏକ ଡେଡ଼ଲାଇନ ଦିଆଯାଇଥିଲା । କିନ୍ତୁ ଅଧିକାଂଶ ସ୍ଥାନରେ ବିଲ ପୈଠ ହୋଇନାହିଁ । ଡେଡ଼ଲାଇନ ସରିବା ପରେ ବିଦ୍ୟୁତ୍ କାଟ୍ ଆରମ୍ଭ କରାଯାଇଛି । ବଲାଙ୍ଗୀର, ସମ୍ବଲପୁର ସମେତ ୯ଟି ଜିଲ୍ଲାରେ ବିଦ୍ୟୁତ୍ କାଟ୍ ଆରମ୍ଭ କରାଯାଇଛି । ବକେୟା ବିଲ ଦେଇନଥିବା ହିତାଧିକାରୀଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବ । ପ୍ରଥମ ପର୍ଯ୍ୟାୟରେ ବ୍ୟବସାୟିକ ପ୍ରତିଷ୍ଠାନର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଉଛି ।