ସେନାକୁ ସଫଳତା : ଦୁଇ ଆତଙ୍କୀ ନିପାତ

ସେନାକୁ ସଫଳତା : ଦୁଇ ଆତଙ୍କୀ ନିପାତ

ସେନାକୁ ସଫଳତା : ଦୁଇ ଆତଙ୍କୀ ନିପାତ
ଶ୍ରୀନଗର : ଶ୍ରୀନଗରରେ ସେନାକୁ ମିଳିଛି ସଫଳତା । ରାମବାଗରେ ସେନା ପକ୍ଷରୁ ହୋଇଥିବା ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କୀ ନିପାତ ହୋଇଛନ୍ତି । ସୋମବାର ସକାଳୁ ଚାଲିଥିବା ଏହି ଏନକାଉଣ୍ଟରରେ ନିହତ ଦୁଇ ଆତଙ୍କୀଙ୍କ ମଧ୍ୟରେ ଜଣେ ପାକିସ୍ତାନୀ ନାଗରିକ ରହିଛନ୍ତି । ନିହତ ଆତଙ୍କୀଙ୍କ ନାମ ସଫିଉଲ୍ଲା ବୋଲି ଜଣାପଡିଛି । ସଫିଉଲ୍ଲା ସେପ୍ଟେମ୍ବର ମାସରେ ସିଆରପିଏଫ ଉପରେ ହୋଇଥିବା ଆକ୍ରମଣରେ ସଂପୃକ୍ତ ରହିବା ସହିତ ନୌଗାମରେ ହୋଇଥିବା ଆକ୍ରମଣରେ ମଧ୍ୟ ସମ୍ପୃକ୍ତ ରହିଥିଲା । କାଶ୍ମୀର ଆଇଜି ବିଜୟ କୁମାର ଦୁଇ ଆତଙ୍କୀଙ୍କ ପରିଚୟ ପ୍ରଦାନ କରିଥିଲେ ।