ସେକ୍ସ ରାକେଟରେ ଟିଭି ଅଭିନେତ୍ରୀ, ଧରାପଡ଼ିଲେ ଗୋଆରୁ
ସେକ୍ସ ରାକେଟରେ ଟିଭି ଅଭିନେତ୍ରୀ, ଧରାପଡ଼ିଲେ ଗୋଆରୁ
ପାନାଜୀ : ଗୋଆରେ ପୁଲିସ ଏକ ବଡ଼ ଧରଣର ସେକ୍ସ ରାକେଟକୁ ଧରିବାରେ ସକ୍ଷମ ହୋଇଛି । ଏହି ସେକ୍ସ ରାକେଟରେ ଜଣେ ଅଭିନେତ୍ରୀ ମଧ୍ୟ ଧରାପଡ଼ିଛନ୍ତି । ସେହିପରି ତିନି ମହିଳା ଓ ଜଣେ ପୁରୁଷଙ୍କୁ ମଧ୍ୟ ଗିରଫ କରାଯାଇଛି । ଧରାପଡ଼ିଥିବା ଟିଭି ଅଭିନେତ୍ରୀଙ୍କ ସହ ମୁମ୍ବାଇ ଓ ହାଇଦ୍ରାବାଦର ଦୁଇ ମହିଳା ଏହି ସେକ୍ସ ରାକେଟ ଚଳାଉଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
ଗୋଆ ପୁଲିସ ଏନେଇ ସୁରାକ ପାଇବା ପରେ ସେମାନଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା । ଏକ ହୋଟେଲରେ ଗୋଆ ପୁଲିସ ଗୁପ୍ତରେ ଦଲାଲ ସହ ଯୋଗାଯୋଗ କରିଥିଲା । ୫୦ ହଜାର ଟଙ୍କାରେ ସେମାନେ ରାତି କଟାଇବା ପାଇଁ ଦର ଛିଣ୍ଡାଇଥିଲେ । ଦଲାଲ ଟଙ୍କା ପାଇବା ପରେ ତିନି ମହିଳାଙ୍କୁ ହୋଟେଲକୁ ଆଣିଥିଲା । ପୁଲିସ ଏହି ମଉକାରେ ୩ ଜଣଙ୍କୁ ଗିରଫ କରିନେଇଥିଲା । ଏହି ତିନି ମହିଳାଙ୍କ ବୟସ ୩୦ରୁ ୩୭ ବର୍ଷ ବୟସ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।
ଟିଭି ଅଭିନେତ୍ରୀ ସେକ୍ସ ରାକେଟରେ ଧରାପଡ଼ିବା ପରେ ବେଶ ଚର୍ଚ୍ଚା ସୃଷ୍ଟିହୋଇଛି । ପୂର୍ବରୁ ମଧ୍ୟ ସେକ୍ସ ରାକେଟରେ ଅଭିନେତ୍ରୀଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା । ହାଇପ୍ରୋଫାଇଲ ଗ୍ରାହଙ୍କ ଜରିଆରେ ରାତିକେ ମୋଟା ଅଙ୍କ କମାଇବା ହେଉଛି ଏମାନଙ୍କର ଉଦେ୍ଧଶ୍ୟ । ତେବେ ଉକ୍ତ ଟିଭି ଅଭିନେତ୍ରୀଙ୍କ ନାମ ପୁଲିସ ଗୋପନ ରଖିଛି ।




admin 