ସୁରେଶ ପୂଜାରୀ ଲୋକସଭାରେ ସଚେତକ

ସୁରେଶ ପୂଜାରୀ ଲୋକସଭାରେ ସଚେତକ

ସୁରେଶ ପୂଜାରୀ ଲୋକସଭାରେ ସଚେତକ
ଭୁବନେଶ୍ୱର: ବୁଧବାର ବିଜେପି ସଂସଦୀୟ ଦଳର କାର୍ଯ୍ୟନିର୍ବାହୀ କମିଟି ଗଠିତ ହୋଇଛି । ତେବେ ଏହି କମିଟିରେ ଓଡ଼ିଶାର ୩ ଜଣଙ୍କୁ ସ୍ଥାନ ମିଳିଛି । ସେମାନେ ହେଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ । ଲୋକସଭାରେ ସଚେତକଭାବେ ସୁରେଶ ପୂଜାରୀ ନିଯୁକ୍ତ ହୋଇଥିବାବେଳେ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କୁ ଯଥାକ୍ରମେ ରାଜ୍ୟସଭା ଓ ଲୋକସଭାର ସ୍ୱତନ୍ତ୍ର ଆମନ୍ତ୍ରିତ ଅତିଥିଭାବେ ନିଯୁକ୍ତ କରାଯାଇଛି ।