ସୁନାର ବେଙ୍ଗଲ ଗଢିବି: ଶାହା

ସୁନାର ବେଙ୍ଗଲ ଗଢିବି: ଶାହା

ସୁନାର ବେଙ୍ଗଲ ଗଢିବି: ଶାହା
ଭୁବନେଶ୍ୱର : ଆଗକୁ ପଶ୍ଚିମବଙ୍ଗ ନିର୍ବାଚନ । ପୂର୍ବ ଭାରତରେ ନିଜର ଦବଦବା ଜାହିର ପାଇଁ ଏବେ ପଶ୍ଚିମବଙ୍ଗରେ ଅଂଟା ଭିଡ଼ିଛି ବିଜେପି । ଆଗାମୀ ନିର୍ବାଚନରେ ମମତାଙ୍କ ଗଡ଼ରେ ରାଜ କରିବା ପାଇଁ ଅଙ୍କ କଷିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ତଥା ବିଜେପି ରଣନୀତିକାର ଅମିତ ଶାହା । ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ‘ମିଶନ ବେଙ୍ଗଲ’ ଅଭିଯାନରେ ପଶ୍ଚିମବଙ୍ଗ ଯାଇ ତୃଣମୂଳ କଂଗ୍ରେସ ଓ ମମତା ବାନାର୍ଜୀଙ୍କ ଉପରେ ଧୂମ ବର୍ଷିଛନ୍ତି । ଆଗାମୀ ନିର୍ବାଚନରେ ଟିଏମସିକୁ ଉପାଡ଼ି ଫିଙ୍ଗିଦେବାକୁ ସେ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି, ସୁନାର ବେଙ୍ଗଲ ଗଢିବାରେ କେବଳ ବିଜେପି ହିଁ ସମର୍ଥ । ମମତାଙ୍କ ଦୁର୍ନୀତିପୂର୍ଣ୍ଣ ଶାସନର ପତନରେ ହିଁ ଏହା ସମର୍ଥ ହୋଇପାରିବ ବୋଲି ଶ୍ରୀ ଶାହା କହିଛନ୍ତି । ଗସ୍ତକାଳରେ ଶାହା ଜଣେ ଚାଷୀଙ୍କ ଘରେ ମଧ୍ୟାହ୍ନଭୋଜନ କରିବା ସହ ଦଳର ବରିଷ୍ଠ କାର୍ଯ୍ୟକର୍ତାମାନଙ୍କ ସହ ଆଲୋଚନା କରିଛନ୍ତି । ବିଜେପିକୁ ମଜବୁତ କରିବା ପାଇଁ ସେ ବରିଷ୍ଠ ନେତା ଓ କାର୍ଯ୍ୟକର୍ତାମାନଙ୍କୁ ମନ୍ତ୍ର ଦେଇଛନ୍ତି ।