ସିଲିଣ୍ଡର ବ୍ଲାଷ୍ଟ, ଚାଲିଗଲା ବାପା ପୁଅଙ୍କ ଜୀବନ
ସିଲିଣ୍ଡର ବ୍ଲାଷ୍ଟ, ଚାଲିଗଲା ବାପା ପୁଅଙ୍କ ଜୀବନ
ବ୍ରହ୍ମପୁର: ବ୍ରହ୍ମପୁର ଜିଲ୍ଲା ଗୋପାଳପୁର ଥାନା ରାମଚନ୍ଦ୍ରପୁର ଗାଁରେ ଗତ ୨୨ ତାରିଖରେ ସିଲିଣ୍ଡର ବ୍ଲାଷ୍ଟ ହୋଇଥିବା ଘଟଣାରେ ମୃତକଙ୍କ ସଂଖ୍ୟା ୨ରେ ପହଞ୍ଚିଲା। ସିଲିଣ୍ଡର ବ୍ଲାଷ୍ଟ ଯୋଗୁ ଦେବରାଜ ନାୟକ ଓ ତାଙ୍କ ପୁଅ ଅଶୋକ ନାୟକ ଗୁରୁତର ହୋଇଥିଲେ । ଗତ ୨୩ ତାରିଖରେ ଦେବରାଜଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ସକାଳେ ଆଖି ବୁଜିଛନ୍ତି ଅଶୋକ ।
ଦେବରାଜ ନାୟକଙ୍କ ଘରେ ବେଆଇନ ଭାବେ ୬୬ଟି ସିଲିଣ୍ଡର ରହିଥିଲା। ଗତ ୨୨ ତାରିଖରେ ହଠାତ୍ ଦେବରାଜ କବାଟ ଖୋଲି ଦେବାରୁ ତା ଭିତରେ ଥିବା ଏକ ଗ୍ୟାସ୍ ସିଲିଣ୍ଡର ବ୍ଲାଷ୍ଟ କରିଥିଲା। ଫଳରେ ଗ୍ୟାସ୍ ସିଲିଣ୍ଡର ଫାଟି ଘରର କାନ୍ଥ ଓ ଛାତ ଭୁଶୁଡ଼ି ପଡ଼ିଥିଲା। ପୁଲିସ୍ ତଦନ୍ତ ଆରମ୍ଭ କରି ଦେବରାଜଙ୍କ ଘରୁ ୬୬ଟି ସିଲିଣ୍ଡର ଜବତ କରିଥିଲା।
ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଦେବରାଜ ଓ ତାଙ୍କ ପୁଅ ଅଶୋକ ଗୁରୁତର ହୋଇଥିଲେ। ଉଭୟଙ୍କୁ ପ୍ରଥମେ ଏମକେସିଜି ଓ ପରେ କଟକ ଏସସିବି ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଗତ ୨୩ ତାରିଖରେ ଦେବରାଜଙ୍କ ମୃତ୍ୟୁ ହୋଇଥିବା ବେଳେ ସଙ୍କଟାପନ୍ନ ଅବସ୍ଥାରେ ଥିବା ଅଶୋକ ଆଜି ଆଖି ବୁଜିଛନ୍ତି।
ପୁଲିସ୍ ଏହି ଘଟଣାର ତଦନ୍ତ କରି ଗ୍ୟାସ ଏଜେନ୍ସି ମାଲିକ ତ୍ରିଲୋଚନା ପାଣିଗ୍ରାହୀ ଓ ମୃତ ଦେବରାଜଙ୍କ ବଡ଼ ପୁଅ ଦୈତାରୀ ନାୟକଙ୍କୁ ଗିରଫ କରିଛି।




admin 