ସିବିଆଇ ସମ୍ମୁଖରେ ହାଜର ହେଲେ ରିୟା

ସିବିଆଇ ସମ୍ମୁଖରେ ହାଜର ହେଲେ ରିୟା

ସିବିଆଇ ସମ୍ମୁଖରେ ହାଜର ହେଲେ ରିୟା
ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ସମ୍ମୁଖରେ ହାଜର ହୋଇଛନ୍ତି ରିୟା ଚକ୍ରବର୍ତ୍ତୀ । ଗତକାଲି ସିବିଆଇ ପକ୍ଷରୁ ରିଆଙ୍କୁ ସମନ ଜାରି କରାଯାଇଥିବା ବେଳେ ନିଜ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ସହିତ ରିୟା ସିବିଆଇ ସମ୍ମୁଖରେ ହାଜର ହୋଇଥିଲେ । ମୁମ୍ବାଇର ଡିଆଡିଓ ଗେଷ୍ଟ ହାଉସରେ ସିବିଆଇ ଜେରାର ସମ୍ମୁଖୀନ ହେବେ ରିୟା । ରିୟାଙ୍କୁ ଜେରା କରିବା ପୂର୍ବରୁ ସିବିଆଇ ସୁଶାନ୍ତଙ୍କ ବନ୍ଧୁ ସନ୍ଦୀପ ସିଂ ଏବଂ ଫ୍ଲାଟମେଟ ସିଦ୍ଧାର୍ଥ ପିଠାନୀଙ୍କୁ ସିବିଆଇ ପକ୍ଷରୁ ଜେରା କରାଯାଇଛି । । ଏହା ସହିତ ଗତକାଲି ସୌଭିକଙ୍କୁ ମଧ୍ୟ ସିବିଆଇ ପକ୍ଷରୁ ଜେରା କରାଯାଇଥିଲା ।