ଆଜି ରାଜ୍ୟରୁ ସର୍ବାଧିକ ୩୬୮୨ପଜିଟିଭ୍ ଚିହ୍ନଟ
ଆଜି ରାଜ୍ୟରୁ ସର୍ବାଧିକ ୩୬୮୨ପଜିଟିଭ୍ ଚିହ୍ନଟ
admin
Aug 28, 2020 - 05:45
Updated: Aug 28, 2020 - 05:45
ଭୁବନେଶ୍ବର : ରାଜ୍ୟରେ ଆଜି ୩ ହଜାର ୬୮୨କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୨୪୧ଜଣ ଚିହ୍ନଟ ହୋଇଥିବାବେଳେ ୧୪୪୧ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୪ହଜାର୬୬୮କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୮ହଜାର ୮୩୬ଜଣ । ସେହିପରି ସୁସ୍ଥ ହୋଇଛନ୍ତି ୬୫ ହଜାର ୩୨୩ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି ୪୪୧ଜଣ । ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ଆଜି ୩୦ଟି ଜିଲ୍ଲାରୁ ମୋଟ୍ ୩ ହଜାର ୬୮୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୭୭୫ଜଣ ଚିହ୍ନଟ ହୋଇଥିବାବେଳେ ରାୟଗଡାରୁ ୪୯୫, କଟକରୁ ୩୬୯ ମୟୂରଭଞ୍ଜରୁ ୨୭୨, ଗଞ୍ଜାମରୁ ୧୭୪, ବରଗଡରୁ ୧୫୨, କୋରାପୁଟରୁ୧୪୦, ସମ୍ବଲପୁରୁର ୧୨୮, ପୁରୀରୁ ୧୧୫, ନୟାଗଡରୁ ୧୦୯, ଯାଜପୁରରୁ ୮୮, ବାଲେଶ୍ବରରୁ ୮୭,ମାଲକାନଗିରିରୁ ୮୬, ବଲାଙ୍ଗିରରୁ ୬୮, ଢେଙ୍କାନାଳରୁ ୬୧, କେଉଁଝରରୁ ୫୯, ଅନୁଗୁଳରୁ ୫୬, ଭଦ୍ରକରୁ ୫୧, ଗଜପତିରୁ ୪୮, ଜଗତସିଂହପୁର ଓ କେନ୍ଦ୍ରାପଡାରୁ ୪୪ଜଣ ଲେଖାଏଁ ରହିଥିବାବେଳେ, ଝାରସୁଗୁଡାରୁ ୪୩, କଳାହାଣ୍ଡିରୁ ୪୧, ନବରଙ୍ଗପୁରରୁ ୩୮, କନ୍ଧମାଳରୁ ୩୬, ସୋନପୁର ଓ ସୁନ୍ଦରଗଡରୁ ୨୭ଜଣ ଲେଖାଏଁ ରହିଛନ୍ତି । ନୂଆପଡାରୁ ୨୩, ବୌଦ୍ଧରୁ ୧୪, ଦେବଗଡରୁ ୧୨ ଜଣ ଚିହ୍ନଟ ହୋଇଛନ୍ତି