ସିଦ୍ଧୁଙ୍କ ନୂଆ ଜୀବନ, ନୂଆ ଠିକଣା

ସିଦ୍ଧୁଙ୍କ ନୂଆ ଜୀବନ, ନୂଆ ଠିକଣା

ସିଦ୍ଧୁଙ୍କ ନୂଆ ଜୀବନ, ନୂଆ ଠିକଣା

ନୂଆଦିଲ୍ଲୀ: ସମସ୍ତଙ୍କୁ ହସାଉଥିବା ନବଜୋତ ସିଂ ସିଦ୍ଧୁଙ୍କ ଦୁଃଖ ଆରମ୍ଭ ହୋଇଯାଇଛି। ବଦଳି ଯାଇଛି ତାଙ୍କ ଠିକଣା। ସୁପ୍ରିମ କୋର୍ଟ ୧ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି  । ନବଜୋତ ସିଂ ସିନ୍ଧୁଙ୍କୁ ଏକ ବଡ଼ ଝଟକା ଦେଇ ସୁପ୍ରିମ୍ କୋର୍ଟ ବୁଧବାର ୧୯୮୮ ରୋଡ୍ ରେଜ୍ ମାମଲାରେ ତାଙ୍କୁ ଏକ ବର୍ଷ କାରାଦଣ୍ଡ ରେ ଦଣ୍ଡିତ କରିଥିଲେ । କ୍ରିକେଟରରୁ ରାଜନେତା ହୋଇଥିବା ସିଦ୍ଧୁଙ୍କ ସହ ଝଗଡା ସମୟରେ ନିହତ ହୋଇଥିବା ମୃତକଙ୍କ ପରିବାର ଦ୍ୱାରା ଦାଖଲ ହୋଇଥିବା ସମୀକ୍ଷା ଆବେଦନକୁ ସର୍ବୋଚ୍ଚ ଅଦାଲତ ଅନୁମତି ଦେଇଥିଲେ  । 

ଜେଲ ଦଣ୍ଡାଦେଶ ପାଇବା ପରେ ଶୁକ୍ରବାର ନବଜୋତ୍ ସିଂହ ସିଦ୍ଧୁ କୋର୍ଟରେ ଆତ୍ମସମର୍ପଣ କରିଥିଲେ । ଏହାପରେ ତାଙ୍କୁ ପଟିଆଲା ଜେଲ୍ ପଠାଇ ଦିଆଯାଇଥିଲା । ତାଙ୍କୁ ଜେଲର୍ ବାରକ୍ ନମ୍ବର ୧୦ରେ ରଖାଯାଇଛି । ସୂଚନା ଅନସାରେ ସିଦ୍ଧୁ ଜେଲରେ ପ୍ରଥମ ରାତି କିଛି ନଖାଇ ବତାଇଥିଲେ । ସିଦ୍ଧୁ ଯେଉଁ ବାରାକରେ ଅଛନ୍ତି, ସେଠାରେ ୪ଜଣ ଅନ୍ୟ କଏଦୀ ରହିଛନ୍ତି । ତେବେ ୫୮ବର୍ଷୀୟ ସିଦ୍ଧୁ ପୂର୍ବରୁ ଖାଇଥିବାରୁ ଶୁକ୍ରବାର କିଛି ଖାଇନଥିବା ଜଣାପଡିଛି । କ୍ରିକେଟରୁ ରାଜନେତା ବନିଥିବା ପୂର୍ବତନ ପଞ୍ଜାବ କଂଗ୍ରେସ୍ ମୁଖ୍ୟ ଏବେ ଜେଲରେ ୧,୩୭, ୬୮୩ ନମ୍ବର କଏଦୀ ।