ଅନୁଭବଙ୍କ ବିରୋଧରେ ବର୍ଷାଙ୍କ ୭ ପୃଷ୍ଠାର ଏତଲା

ଅନୁଭବଙ୍କ ବିରୋଧରେ ବର୍ଷାଙ୍କ ୭ ପୃଷ୍ଠାର ଏତଲା

ଅନୁଭବଙ୍କ ବିରୋଧରେ ବର୍ଷାଙ୍କ ୭ ପୃଷ୍ଠାର ଏତଲା

ଭୁବନେଶ୍ୱର : ଓଲିଉଡର ସୁପରଷ୍ଟାର ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ବଢିବାରେ ଲାଗିଛି । ନିକଟରେ ଅନୁଭବ ଦୁଇଟି ଭିଡିଓ ଜାରି କରି ନିଜ ମନର ବ୍ୟଥା ଓ ବେଦନା ପ୍ରକାଶ କରିବା ସହ ବର୍ଷାଙ୍କୁ ନେଇ ଅନେକ କଥା କହିଥିଲେ । ଏହାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ପ୍ରତ୍ୟେକ ନାଗରିକ ଭଳି ତାଙ୍କୁ ମର୍ୟ୍ୟଦାର ସହ ବଂଚିବାକୁ ଦିଆଯାଉ ବୋଲି ମଧ୍ୟ ୭ ପୃଷ୍ଟାର ଏତଲାରେ ସେ ଉଲ୍ଲେଖ କରିଛନ୍ତି। 

ସେ ଏତଲାରେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଅନୁଭବ ନିଜର ସୋସିଆଲ୍ ଇମେଜକୁ ସଜାଡିବାକୁ ହୀନ ଷଡଯନ୍ତ୍ର କରୁଛନ୍ତି  । ଏମିତିକି ତାଙ୍କ ସମର୍ଥକଙ୍କୁ ଏକାଠି କରି ତାଙ୍କ ବିରୋଧରେ ମିଥ୍ୟା ଓ ନିମ୍ନ କଥା କହି ଉସୁକାଇ ଭ୍ରାନ୍ତ ଧାରଣା ସୃଷ୍ଟି କରୁଛନ୍ତି  । ୨୦୨୦ ମସିହାରେ ଅନୁଭବ ଯେତେବେଳେ ତାଙ୍କୁ ଡିଭୋର୍ସ ଦେବାକୁ ବାଧ୍ୟ କରିଥିଲେ, ସେତବେଳେ ସେ ରାଜି ନହେବାରୁ ସେ ତାଙ୍କୁ ଡରାଇଥିଲେ  । ଯଦି ବର୍ଷା ତାଙ୍କୁ ଭଲରେ ଭଲରେ ୩ ଦିନ ଭିତରେ ଡିଭୋର୍ସ ନଦିଅନ୍ତି, ତେବେ ସେ ତାଙ୍କୁ ସମାଜରେ ବାଟ ଚଲେଇ ଦେବେନି ବୋଲି କହିଥିଲେ  ।

ବର୍ଷା ତାଙ୍କ ଗୋଡ ହାତ ଧରିକି କାନ୍ଦିବା ସହିତ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ବର୍ଷା ତାଙ୍କ ବୈବାହିକ ସମ୍ପର୍କକୁ ଭାଙ୍ଗିବାକୁ ଚାହୁଁନଥିଲେ ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି  । ନିଜର ବିବାହ ବିଚ୍ଛେଦ ପାଇଁ ବର୍ଷା ଦିଲ୍ଲୀରେ ଥିବା ଅନୁଭବଙ୍କ ବାନ୍ଧବୀଙ୍କୁ ଦାୟୀ କରିଛନ୍ତି  । ସମ୍ପୃକ୍ତ ବାନ୍ଧବୀଙ୍କ କାରଣରୁ ତାଙ୍କ ପାରିବାରିକ ଅସାନ୍ତି ସୃଷ୍ଟି ହୋଇଥିବା ସେ ଲେଖିଛନ୍ତି  ।