ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବନ୍ଦ ହେବ, କାହିଁକି ଜାଣନ୍ତୁ
ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବନ୍ଦ ହେବ, କାହିଁକି ଜାଣନ୍ତୁ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଭାରତକୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକମୁକ୍ତ କରିବାକୁ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଆସନ୍ତା ୨୦୨୨ ଜୁଲାଇ ୧ ତାରିଖରୁ ଦେଶବ୍ୟାପୀ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବନ୍ଦ କରିବାକୁ ସରକାର ଘୋଷଣା କରିଛନ୍ତି । ସିଙ୍ଗଲ ୟୁଜ ପ୍ଲାଷ୍ଟିକଜାତ ସାମଗ୍ରୀ ଯଥା କପ, ପ୍ଲେଟ, ଟ୍ରେ, ଷ୍ଟ୍ର, ଗ୍ଲାସ, ଚାମଚ, ଛୁରି, ଇଅରବଡ଼ରେ ଲାଗୁଥିବା ପ୍ଲାଷ୍ଟିକ ଷ୍ଟିକ, ବେଲୁନରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଷ୍ଟିକ, ପ୍ଲାଷ୍ଟିକ ପତାକା, ଚକୋଲେଟ ଷ୍ଟିକ, ଆଇସକି୍ରମରେ ଲାଗୁଥିବା ପ୍ଲାଷ୍ଟିକ ଷ୍ଟିକ, ମିଠା ବାକ୍ସ ଓ ନିମନ୍ତ୍ରଣ କାର୍ଡରେ ବ୍ୟବହୃତ ପ୍ୟାକିଂ ଫିଲ୍ମ, ୧୦୦ ମାଇକ୍ରୋନରୁ କମ ପ୍ଲାଷ୍ଟିକ କିମ୍ବା ପିଭିସି ବ୍ୟାନର, ଷ୍ଟାଇରରସ ଓ ଡେକୋରେସନରେ ଲାଗୁଥିବା ପଲିଷ୍ଟାଇରିନ (ଥର୍ମୋକଲ)ର ଉପôାଦନ, ବିକି୍ର ଓ ବ୍ୟବହାର ଆସନ୍ତା ବର୍ଷରୁ ବନ୍ଦ କରାଯିବ । ଏଥିସହିତ ସରକାର ପଲିଥିନ ବ୍ୟାଗରୁ ଥିକନେସ (ମୋଟେଇ)କୁ ୫୦ ମାଇକ୍ରୋନରୁ ୧୨୦ ମାଇକ୍ରୋନକୁ ବୃଦ୍ଧି କରିଛନ୍ତି । ଏହି ନିଷ୍ପତ୍ତି ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ । ଯାହାଫଳରେ ଛୋଟ ବ୍ୟବସାୟୀ କିମ୍ବା କମ୍ପାନୀମାନେ ପ୍ରଭାବିତ ହେବେ ନାହିଁ । ପ୍ରଥମ ପର୍ଯ୍ୟାୟରେ ଆସନ୍ତା ସେପ୍ଟେମ୍ବର ୩୦ ତାରିଖରୁ ୭୫ ମାଇକ୍ରନରୁ କମ ପଲିଥିନ ବ୍ୟାଗ ନିଷିଦ୍ଧ କରାଯିବ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ବର୍ଷ ଅର୍ଥାତ ୨୦୨୨ ଡିସେମ୍ବର ୩୧ ରୁ ୧୨୦ ମାଇକ୍ରନରୁ ତଳକୁ ଥିବା ପଲିଥିନ ବ୍ୟାଗ ବନ୍ଦ ହେବ । ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ନୋଟିସ ଜାରି କରାଯାଇଛି ।




admin 